STORYMIRROR

Sunanda Mohanty

Tragedy Action Inspirational

4  

Sunanda Mohanty

Tragedy Action Inspirational

ଫେରିଗଲ କେଣେ ସଂଗୀତ ସମ୍ରାଟ କୁହତ  ,,,,,,,,,,,,,,,,,,

ଫେରିଗଲ କେଣେ ସଂଗୀତ ସମ୍ରାଟ କୁହତ  ,,,,,,,,,,,,,,,,,,

1 min
0


ତୁମେ ଆର୍ଯ୍ୟ ବୋଲି ପାଇଥିଲ କଣ୍ଠ 
ଥିଲା ଭାରି ସୁଲଳିତ 
ତୁମେ ସନ୍ଥ ଥିଲ ଗାଇଥିଲ 
ରେ ଆତ୍ମନ ନିଦ୍ରା ପରିହରି ହେଲା ଅତୀତ 
ତୁମେ ଫେରିଗଲ ତୁମ ପଦଚିହ୍ନ 
ଦେଖି ଦେଖି ଶିଖି ଗୁରୁ କରି 
କିଏ ଗାଇବ ତୁମ ପରି କୁହତ 
ହେ ଗାୟକ ପ୍ରଣବ ପ୍ରଣତି ଆମର 
ଘେନା କର ଗୁରୁ ସଙ୍ଗୀତଜ୍ଞ 
ତୁମ ସମସାମୟିକ ଅକ୍ଷୟ, ପ୍ରଫୁଲ୍ଲ 
ଚିତ୍ତ ସିକନ୍ଦର ହେଲେ ଦୁରିତ ତ୍ୱରିତ 
ଆଉ କିଛି ଦିନ ରହିଥିଲେ ହେ ସାଆନ୍ତ 
ଗାଇ କହି ଶିଖାଇ ଛାତ୍ର ଗଢିଥାନ୍ତ ବହୁତ 
ଫେରିଗଲା ପରେ ତୁମ ପଛେ କାହାର 
ପାଦଶବ୍ଦ ପାଉଁଜିର ସେତ 
ଜୀବନ ନାଟକ ସାରିଦେଲ ମହାନାୟକ 
ସଂଗୀତ ତୁମର କାଳଜୟୀ ହେଲା 
ନଶ୍ୱର ଦେହ ଇଶ୍ୱର ନେଲେ 
ତୁମ କଳାକୁ ନେବ କେ କୁହତ 
ଯାର ଓଠ ନାଲି ଯାର ପାଦେ ଅଳତା ନାଲି 
ସିଏ ବୋଧେ ସେଇ ପନ୍ଦର ବରଷ ଝିଅ 
ସାନ୍ତାପିତ ହୁଏ ପଦଚିହ୍ନ ଦେଖି ଅଗଣିତ


Rate this content
Log in

Similar oriya poem from Tragedy