ଗୀତି ନଈର ମାଝୀ
ଖୋଜି ଖୋଜି ତୁମକୁ ଆଜି
କେତେ କିଏ ହେଲେ ବିଭୋର
ଗୀତ ନଈର ନାଉରୀ
କାହିଁ ଗଲ ଫେରି
କିଏ ଗାଇବ ଗୀତ ମାଝୀର
ଅବା କହିବ ଜୀବନ ଏକ ନାଟକ
ଖାଲି କଣ ସେତିକି
ଏତେ ଗୀତ କିଏ କେତେ
ମନେ ରଖିପାରିଛି
ପିଲାଦିନୁ ଶୁଣି କଣ୍ଠସ୍ୱର
ନିଜକୁ ନିଜେ କରେ ବିଚାର
ଆଶା ନାଲି ତାର ରୁଷା ନାଲି ତାର
ନାଲି ଯେ ତାହାର ଅଧର
ତାର ନିଶା ଦେଖି ସମୟର ଚୋଖି
ନିଜେ ନିଜକୁ କରେ ବିଚାର
ସେଇ ଝିଅଟି ବୟସ
ହୋଇଥିବ ନିଶ୍ଚେ ପନ୍ଦର
ରାତି ଅଧରେ କିଏ ଡାକେରେ
ପାଉଁଜିର ଛମଛମ ସ୍ୱର
ଏତ ନିଜେ ପ୍ରଣବ ପ୍ରଣତି ଭାସ୍ଵର
ସେଇ ଝିଅ ଯିଏ ବୟସ ପନ୍ଦର
ଡାକୁଛି ଫେରିଆସ ଲେଖ ଗୀତ
ତା ନାମର ସ୍ଵର୍ଣ୍ଣାକ୍ଷର