ରାତିର ଛାତିରେ ଆକାଶ ବୁକୁରେ
ତାରା ସବୁଙ୍କ ଚିକମିକ ଭାର
ଦିନ ରୁ ରାତି ଭାଇର ସାଥି
ଭଉଣୀର ରାକ୍ଷୀ ଉପହାର
ବଳଭଦ୍ର ଠାକୁର ଜନ୍ମ ହେଲେ
ରାକ୍ଷୀ ପୂର୍ଣ୍ଣମୀ ଦିନ
ଗାଇ ବଳଦ ପୂଜନ୍ତି ଲୋକ
ଦେଇ ଫୁଲ ପିଠା ଚନ୍ଦନ
ଭାଇ ଗରବ ଭାଇ ବିଦାକି ସାଥି
ନିଏ ଦିଏ ଭଉଣୀ ବେଭାର
ଭଉଣୀ ପାଇଁ ନିଜର ବୋଲି
ଭାଇ ଠୁ କିଏ ସାର
ପିଲାଦିନରୁ ଏକା ଜଠରୁ
ଆଗ କିଏ ପୁଣି ପଛ
ବଡ଼ ହେବାପରେ ପରିବାରରେ
ସତେ ଦୁଇଟି ଗଛ
ଭାଇ ଖୋଜଇ ଭଉଣୀ କାହିଁ
ଭଉଣୀ ଖୋଜେ ଭାଇ
ବିଦାକି ବେଳେ ସାଥିରେ ଯାଏ
ଭଉଣୀ ଘର ଦେଖି
ଆଖିରେ ଲୁହ ମନରେ ମାୟା ମୋହ
ଭାଇ ଭଉଣୀ ଖେଳ
ରାକ୍ଷୀ ଆସିଲେ ଦୂର ଭୁଲି ଭାଇ ପାଖକୁ
ଭଉଣୀ ଆସେ କରି ବେଳ
ରାକ୍ଷୀ ସିନା ତାରା ପରି ହସେ କିରିକିରି
ଭାଇ ଭଉଣୀ ଭେଟଘାଟ ଭାରି ଜରୁରି