STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ଦେବୀ 

ଦେବୀ 

1 min
0


ଦେବୀଙ୍କ ଆଗମନ 
ଫୁଲ ସିନ୍ଦୁର ଚନ୍ଦନ 
କାଶତଣ୍ଡୀ ମନ ଉପବନ 
ଦେବୀ ହରଣ କରନ୍ତି ଦୁଃଖ 
ଦେବାକୁ ଆସନ୍ତି କେତେ ସୁଖ 
ତାଙ୍କ ପାଇଁ ଋତୁ ବାସେ ପାର୍ବଣ 
ହେଉ ଫଗୁଣ କି ଶ୍ରାବଣ 
ରକ୍ତମୁଖା ଦେବୀଙ୍କ ପିଣ୍ଡି 
ହାତେ ଖଡ୍ଗ ପିଇ ମଣ୍ଡି 
ନିଜେ ସେ ସମାଧାନ 
ପୁଣି କାଳର କରାଳେ ସମାପନ 
ଦେବୀ ନିଜ ଭିତରେ କଣ ଭାବନ୍ତି 
ନିଜକୁ ହଜାଇ ନିଜେ କଣ ପାଆନ୍ତି 
ନିଜ ସୁଖ ଭୁଲି ସୁଖ ବାଣ୍ଟୁଥିବା ଦେବୀ 
ସତରେ ସୁଖୀ କି ଦୁଃଖୀ 
କିଏ ଭାବିଛି କହିଲ ଦେଖି 
ସେ ହୋଇପାରନ୍ତି ଦେବକୀ 
ଏବେବି ହା ପୁତ୍ର ହାପୁତ୍ର ଡାକୁଥାଆନ୍ତି 
ଯଶୋଦା ଦେଖିଲେ ବିଶ୍ୱରୂପ 
ହେଲେ ପାଇଲେ କୋଉ ସୁଖ 
ପୁଅ ଗଲା ଯେ ଗଲା ଆଉ ବାହୁଡି ନଇଲା 
ସେ ବି ଦେବୀ ବାତ୍ସଲ୍ୟର 
ହେଲେ ହୁଅନ୍ତୁ କି ନା କୋଉ କୂଳ ର 
କେଜାଣି ଜନ୍ମାଷ୍ଟମୀ ଆଣିପାରେ 
ପୁତ୍ର ଶୋକ ଭୁଲାଇବା ପାଇଁ ଦୁଇ ଦେବୀଙ୍କର 
ଏମିତିରେ ଭଗବାନଙ୍କୁ ପୁତ୍ର ରୂପେ ପାଇ 
ଯାଇଛନ୍ତି କେତେ କିଏ ଦେବୀ ହୋଇ 
ପୁତ୍ର ଶୋକ ଛାଡ଼ିନି କାହାକୁ 
ସେଇଥିପାଇଁ ସେ ଦେବୀ 
ମାଆ ମାନେ ବି ଦେବୀ 
ନିଜ କଷ୍ଟ ଯନ୍ତ୍ରଣା ଢ଼ୋକି ଓଢଣା ଢାଙ୍କି 
ପୁତ୍ର ପାଇଁ ଜନ୍ମାଷ୍ଟମୀରେ ଓପାସ କରନ୍ତି 
ଜଳ ଫଳ ମୂଳ ଅନ୍ୟକୁ ଦିଅନ୍ତି 
ଦେବୀ ହିଁ ମାଆ 
କୃଷ୍ଣ ହୁଅନ୍ତୁ ବା ରାମ 
କି ଗୁଣ୍ଡିଚା ନାମେ ମାଉସୀ 
ଦୁଃଖୀ ବାରମାସୀ 
ତାଙ୍କ ସମର୍ପଣ ଭାବକୁ ନିକଟ 
ପୁତ୍ରକୁ କରି ଆକଟ 
ବିଶ୍ୱ ଜନନୀ ସେ ଦେବୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action