ଆସ ଥରେ ପିଲାଦିନ
ଯୋଉଠି ଥିବ ମୋ
ବାପା ବୋଉଙ୍କ ସମ୍ମୋହନ
ଭାଇ ଭଉଣୀ ସହ ଅନ୍ୟାନ୍ୟ
ସ୍ୱର ଶୁଣି ବାସିବ ଚନ୍ଦନ
ଆସ ଥରେ ଯୌବନ
ଭାବନାରେ ସମ୍ବେଦନ
କାମରେ ନିବେଦନ
ଧର୍ଯ୍ୟରେ ସୀମାହୀନ
ଶଙ୍କା ଛାଡି ଆବେଦନ
ପ୍ରଭୁ ପାଶେ ଫୁଲ ପାଣି ସିଞ୍ଚନ
ମନ ହୃଦୟ ଉନ୍ମାଦନ
କାହିଁ ସେହି ସ୍ମୃତି ଯାହା ଜାଗୃତି ପ୍ରଦାନ
ଭାଇ ପାଇଁ କିଣି ରାକ୍ଷୀ
କରିବାକୁ ବନ୍ଦନ ପୂଜନ
ଆସିଗଲା ବାର୍ଦ୍ଧକ୍ୟ ମନ
କାହାକୁ ଅଛି ବେଳ କାଳ
କିଏ ବା ରଖୁଛି କାହା ମନ
ଯିଏ ଯାହା ଜଞ୍ଜାଳରେ ସବୁଦିନ
ତଥାପି ରଖିବା ସମ୍ବେଦନ
ଦେଖାହେବା ନିଶ୍ଚେ ରାକ୍ଷୀ ଦିନ