ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ
ଗୁରୁଦେବ ମହେଶ୍ୱର
ବହି ଦେହ ଏ ସଂସାରେ ନର
ଗୁରୁ ବିନା ଛାରଖାର
ଛାଡିବାକୁ ରାଗ ଦ୍ୱେଷ ଅହଂକାର
ଗୁରୁ କହିଥାଆନ୍ତି ଜୀବନ୍ତ ଇଶ୍ୱର
ଜୀବନ ଅଢେଇ ଦିନର
ଗୁରୁ ବିନା ଜୀବନ ଅନ୍ଧକାର
ଜ୍ଞାନ ଦେଇ ଫେଡ଼ନ୍ତି ହାହାକାର
ଗୁରୁ ବାକ୍ୟ ମାନିଲେ ଚମତ୍କାର
ଗୁରୁ ରୂପେ ଗୁରୁଜନ ଆମର
କର୍ମ ଧର୍ମ ସତ୍କାର
ଅନ୍ୟଯେଉଁମାନେ ଶିଖାନ୍ତି କିଛି
ଶିଖୁ ଆମେ ସବୁ ବାଛି
ଅବଧୂତଙ୍କ ଚବିଶ ଗୁରୁ
ଅନ୍ଧାର ଫେଡ଼ି ଦେଖାନ୍ତି
ଆଲୋକ ରାସ୍ତାର
ଗୁରୁଙ୍କୁ ନମସ୍କାର
ଗୁରୁଙ୍କୁ ନମଣିବ ନର
ଗୁରୁ ହିଁ ସାକ୍ଷାତ ଇଶ୍ୱର ଆମର
ସମାଜ ଓ ଵ୍ୟକ୍ତି ପାଇଁ
ଗୁରୁ ନିଶ୍ଚେ ଦରକାର
ପ୍ରତି ପଦେ ଗୁରୁବାକ୍ୟ
ଅତ୍ୟନ୍ତ ଜରୁରି ଅପାର
ଗୁରୁଙ୍କ ଚରଣେ ପ୍ରଣିପାତ ଆମର
ଗୁରୁ ଶିଖାନ୍ତି ଭଲମଣିଷ ବେଭାର
,,,,,,,,,,,,,,,
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ
9040977327