STORYMIRROR

Sunanda Mohanty

Romance Action Thriller

4  

Sunanda Mohanty

Romance Action Thriller

କାଗଜ ନାଆ 

କାଗଜ ନାଆ 

1 min
1


ଜହ୍ନକୁ ଲେଖି ଗୋଟେ ଚୋରା ଚିଠି 
ପଠେଇକି ଭାବୁଛି ଉତ୍ତର ଆସିବକି 
ପଡ଼ିଥିବ ଅଲୋଡ଼ା ସେଠି 
କିଏ କହେ ତୁଟା ନୀଲଠି 
ଚିଠି କେବେ ଲେଖିବୁନି ଜହ୍ନକୁ 
ତାରା ସବୁ ପଢିବେ ଗୋଟି ଗୋଟି 
ହସିବେ କହିବେ ଆସିଛି  ଭବରୁ ଚିଠି 
ମାରିବେ ଆଖି ମିଟି ମିଟି 
ଜହ୍ନ ସଙ୍ଗେ ତାଙ୍କ କଟି ଯିବ ଫିଟି 
ପାଦ ତଳେ ଲୋଟି କହିବେଟି 
ଜାଣିନଥିଲୁ ଜହ୍ନର ପ୍ରେମିକା ସବୁଠି 
ଖାଲି ନୁହେଁ ନୀଳକଇଁ ସେଇ ନୀଳପକ୍ଷୀଟି 
ନୀଳ ଲଫାପାରେ ଭରି ଚିଠି 
ଅକ୍ଷର ଲେଖି ଗୋଟି ଗୋଟି ମାଠି ମୁଠି 
ଜହ୍ନରେ ଜହ୍ନ ତୁତ ପ୍ରେମିକ ପ୍ରବର ସବୁଠି 
ଜହ୍ନ ବୋଧହୁଏ ସେତିକିବେଳେ ପଢିବ ସେ ଚିଠି 
ତୋ ଯୋଗୁଁ ଚିଠି ମୋର କଟି ଗଣ୍ଠି ଗଲା ଫିଟି 
କାହା ପାଖରୁ ଆସିଛୁ ଜାଣିବକି ଠିକ ଠିକ 
ନା ଖାଲି ଦୟା ଭାବ ନାବରେ ସାଇତି ସେ ଚିଠି 
ଆର ବର୍ଷ ଶ୍ରାବଣରେ ଚିଠି ଆସିବ ଲେଉଟି 
କଣ ଲେଖାଥିବ ବୋଲି ନୀଳ ପକ୍ଷୀଟି 
ଫିଟାଇ ଦେଖିବ ଶୁନ୍ୟ ମୋହ ଏଠି ସେଠି
ପୁଣି ଆକାଶେ ସବୁଠି 
ସେମିତି ଯାଇଛି ପାଲଟି କାଗଜ ନାଆ ଏ ଚିଠି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance