STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ରାମାୟଣ

ରାମାୟଣ

1 min
431

ପୁସ୍ତକ ମୋ ସାଥୀ ପାଶେ ଥାଏ ନିତି

ଜ୍ଞାନ କରିଥାଏ ଦାନ

ସେହି ଜ୍ଞାନ ଦିଏ ବିଶ୍ବେ ପରିଚୟ

ବଢ଼ିଥାଏ ଆମ ମାନ।

ଦସ୍ୟୁ ରତ୍ନାକର ହୋଇଲା ମହାନ

ମରା ମରା ଜପି ଜପି

ଗୀତରେ ଭଣିଲେ ରାମାୟଣ କଥା

ପଢ଼ି ତରିଯାନ୍ତି ପାପୀ।

ସମୟର ଗତି ରଘୁକୁଳ ରୀତି

ଲେଉଟି ନାହିଁ ସେ କେବେ

ପରାଣ ଗଲେବି ବଚନର ମୂଲ୍ୟ

ଅମୂଲ୍ୟ ଅଟେ ଏ ଭବେ।

ପିତା ପୁତ୍ର ପ୍ରେମ ସ୍ବାମୀ ସ୍ତ୍ରୀ ଧରମ

ଏଥିରେ ହୋଇଛି ଭରା

ତ୍ୟାଗ ବଳିଦାନ ରାଜଧର୍ମ ଜ୍ଞାନ

ବହିଯାଏ ସୁଧା ଧାରା।

ଭାଇ ଭାଇ ପ୍ରେମ ଅଟେ ସର୍ବୋତ୍ତମ

ହାରିବାରେ ଥାଏ ଖୁସି

ଭାଇ ପାଇଁ ଭାଇ ଯୁଦ୍ଧେ ଯାଏ ଭିଡି

ଲଢିଥାଏ ହସି ହସି।

ଅଟେ ଯେ ଧାର୍ମିକ ରହେ ଧର୍ମ ପକ୍ଷ

ଅଧରମ ଯାଏ ଛାଡି

ହେଲେ ହେଉ ଭ୍ରାତା ଅବା ଅନ୍ନଦାତା

ଜନ୍ମ ଦେଉ ଅନ୍ତ ଫାଡି।

ଭକତି ପାଶରେ ଦେବ ହୁଏ ବଶ

ଭକତ ଲଭଇ ଯଶ

ରାମ ନାମ ଗାନ ପୀୟୂଷ ସମାନ

କଳିଯୁଗେ ମୋକ୍ଷ ରସ।

ଯେ କରିଛି ପାନ ରାମ ନାମ ରସ

ନକରେ ମୋହିତ ମାୟା

ଗର୍ବ, ଅହଂକାର ନଥାଏ ତାହାର

ଦୂରେ ଅଜ୍ଞାନର ଛାୟା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract