ଫୁଲ ଝଡ଼ିଯିବ ପକ୍ଷୀ ଉଡିଯିବ
ରାକ୍ଷୀ ଯିବନି ଝଡି କି ଉଡି
କହୁଥିବ ମୋ ଭାଇ ମୁଣ୍ଡରେ
ଦୁବ ଚାଉଳରେ ହଳଦୀ ମାଖି
ପିନ୍ଧେଇ ଦେବି ରାକ୍ଷୀଫୁଲ
ହସୁଥିବୁ ଲେଖି ପଢି ଶିଖି ଦେଖି
ଭଉଣୀ ହେଉ ପଛେ ନିରିମାଖି
ଭାଇ ତାର ଥିଲେ ଭଲରେ
ହେବ ଭଉଣୀଟି ସୁଖୀ
ଭାଇ ଭାବେ ଭଉଣୀ ଭଲରେ ରହୁ
ମୁଁ ପଛେ ହୁଏ ଦୁଃଖୀ ରଙ୍କି
ଏଇ ଯେ ସମ୍ପର୍କ ପରସ୍ପର ପ୍ରତି
ରାକ୍ଷୀଫୁଲ କହେ ଲେଖି
ଯିବିନି କେଵେ ଶୁଖି
ଦେଖୁଥିବି ଭାଇ ଭଉଣୀ ହୋଇବେ ସୁଖୀ
ଭଲରେ ମନ୍ଦରେ ଠିଆହେବେ ପାଖାପାଖି
ଏ ସମ୍ପର୍କ ଅଟେ ଅମୃତର ସ୍ୱର
ଓଁ ର ବେଭାର ବିଧାତା ଦେଇଛି ଲେଖି
ବାହାଘର ପରେ ଯିଏ ଯା ସଂସାରେ
ତଥାପି ହୃଦୟ ଭିତରେ ଅଛି ବାକି
ଦୁହେଁ ଭାବନ୍ତି ପାରନ୍ତି କି ଥରେ ଦେଖି
ଗୋମାତାଙ୍କ ପରି କଥା ନକହିପାରି
କେତେ କଥା କହେ ରାକ୍ଷୀ
ମନୁଷ୍ୟ ସାଥେ ପଶୁ ପକ୍ଷୀ ବୃକ୍ଷ ଅଛନ୍ତି ଯୋଡି
ସମ୍ପର୍କ କେଵେ ନଯାଉ ଛିଡି
ଆସୁ ବାତ୍ୟା ବନ୍ୟା ଝଡି ମରୁଡି
ହୃଦୟରେ ନାମ ଲେଖି
ରାକ୍ଷୀଫୁଲ ଦେବା ଯୋଖି ମାଖି ସାଇତି ରଖି