ରାକ୍ଷୀ
ରାକ୍ଷୀ
ଶ୍ରାବଣ ମାସର ରାକ୍ଷୀ ପୂର୍ଣ୍ଣିମାରେ
ରାକ୍ଷୀ ବନ୍ଧାଯାଇ ଥାଏ
କେତେ ଆଗ୍ରହରେ ଭାଇଟି ଭଉଣୀ
ପଥ ଚାହିଁ ରହି ଥାଏ ।
ବରଷକୁ ଥରେ ଆସେ ଏଇ ଦିନ
ଲାଗେ ମନେ କେତେ ଖୁସି
ଭାଇର ହାତରେ ଭଉଣୀଟି ତାର
ରାକ୍ଷୀ ବାନ୍ଧେ ହସି ହସି ।
ରକ୍ଷା ବନ୍ଧନ ଯେ କହନ୍ତି ଏହାକୁ
ପବିତ୍ର ଅଟେ ଏ ରାକ୍ଷୀ
ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କେ
ଏଇ ରାକ୍ଷୀ ରହେ ସାକ୍ଷୀ ।
ବଳଭଦ୍ର ଜନ୍ମ ଏ ରାକ୍ଷୀ ପୂର୍ଣ୍ଣିମା
ଗୋରୁଙ୍କୁ ରାକ୍ଷୀ ବାନ୍ଧନ୍ତି
ଶ୍ରଦ୍ଧା ଭକତିରେ ପୂଜା କରା ଯାଇ
ପିଠା ଖୁଆଇ ଦିଅନ୍ତି ।
ଏ ରାକ୍ଷୀ ପାଖରେ ଛୋଟ ବଡ
ଧନୀ ଗରିବର ଭେଦ ନାହିଁ
ଭାଇର ହାତରେ ଭଉଣୀର ରାକ୍ଷୀ
କି ସୁନ୍ଦରୀ ଦିଶେ ରହି ।
ନିଜ ପର କିଛି ନାହିଁ ଭେଦଭାବ
ମାନେ ଯାହାକୁ ହୃଦୟ
ତାହାରି ହାତରେ ବାନ୍ଧି ଦିଏ ରାକ୍ଷୀ
ମନରେ ନ ରଖି ଭୟ ।
ଏଇ ରାକ୍ଷୀ ପାଇଁ ଭାଇଟି ତାହାର
ଭଉଣୀକୁ ଭଲ ପାଏ
ବିପଦେ ଆପଦେ ସାଥି ହେବା ପାଇଁ
ରାକ୍ଷୀ ବାନ୍ଧି କଥା ଦିଏ ।
ହେଲେ ଆଜିକାଲି ଏ ରାକ୍ଷୀ ବାନ୍ଧିବା
 
; ପାଲଟୁଛି ପ୍ରହସନ
ଟଙ୍କା ପାଇଁ କେତେ ଧର୍ମ ଭାଇ କରି
କରନ୍ତି ରାକ୍ଷୀ ବନ୍ଧନ ।
ଶେଷରେ ସେମାନେ ପ୍ରେମର ଜାଲରେ
ଏମିତି ଫସେଇ ଦ୍ୟନ୍ତି
କହି ବି ହୁଏନି କେତେବେଳେ କିଏ
ତା ସାଥେ ପଳେଇ ଯାନ୍ତି ।
ଭରସା ଏଇଠି କରିବ କାହାକୁ
ବିଶ୍ବାସେ ଭରନ୍ତି ବିଷ
ଭାଇ ଭଉଣୀକ ପବିତ୍ର ସମ୍ପର୍କ
ହେଇ ଯାଉଛି କଳୁଷ ।
ମନେ ପଡେ ଆଜି ଆକବର ଶାସନେ
ଜଣେ ହିନ୍ଦୁ ନାରୀ ଥିଲେ
ଆକବର ହାତରେ ରାକ୍ଷୀ ବାନ୍ଧି ଦେଇ
ଭାଇ ଉଚ୍ଚାରଣ କଲେ ।
ମୋଗଲ ସମ୍ରାଟ ସେଇ ଆକବର
ଭଉଣୀ ମର୍ଯ୍ୟାଦା ରଖି
ରଣ କ୍ଷେତ୍ରେ ଯାଇ ପ୍ରବେଶ ହୋଇଲେ
ରାକ୍ଷୀ ରହି ଥିଲା ସାକ୍ଷୀ ।
ସୂତା ଖିଅ ଟିଏ ପବିତ୍ର ମନରେ
ଯେବେ ହାତେ ବାନ୍ଧି ଦିଏ
ତାର ମୂଲ ଏଇ ଦୁନିଆରେ ଆଉ
ଦେଇ ପାରି ଥାଏ କିଏ ?
ଭାଇ ଭଉଣୀର ଛାଇ ହେଇ ରହି
ଦିଅଇ ତାକୁ ସୁରକ୍ଷା
ଜୀବନରେ ତାର ସାହାରା ପାଲଟି
ବିପଦୁ କରଇ ରକ୍ଷା ।
ଏଇ ରାକ୍ଷୀ ଅଟେ ପବିତ୍ର ବନ୍ଧନ
ନା ଭୁଲି ପାରେ କିଏ
ଓଡିଆ ସଂସ୍କୃତି ହିନ୍ଦୁ ପରମ୍ପରା
ଏଇ ରାକ୍ଷୀ ହେଇ ଥାଏ ।