ରାକ୍ଷୀ ?
ରାକ୍ଷୀ ?


ଦିଗନ୍ତ ମଳୟ ଖୁସି ର ବଳୟ
ଶ୍ରାବଣ ପୁନିରେ ରାକ୍ଷୀ ର ନୀଳୟ,
ଭଗିନୀ ର ନବ ଉନ୍ନିତ ପରବ
ଭ୍ରାତା ସ୍ନେହ ପ୍ରେମ ରଖେ ସିଏ ଠାବ।
ଭାଇ ସାଜେ ଭଉଣୀ ର ରକ୍ଷକ
ଯଥା କୃଷ୍ଣ ଥିଲେ ଦ୍ରୌପଦୀଙ୍କ ଅର୍କ,
ଅପୁର୍ବ ଏ ପର୍ବ ଖୁସି ର ସରଗ
ରକ୍ଷା ବନ୍ଧନ ଏ ଗର୍ବ ର ମହଗ,
ଉତ୍କଳ ପରବ ଜଗତେ ବିରଳ
ରକ୍ଷା ବନ୍ଧନ ଯେ ଅଟେ ନିରଳ।
କେବେ ଭାଇ ଥାଏ ସୀମାନ୍ତ ପ୍ରଦେଶେ
ତ କେବେ ରହିଥାଏ ଶେଷ ନିଶ୍ବାସେ,
ଭଉଣୀ ର ସ୍ନେହ ଡାକିଆଣେ ତାକୁୁ
ଜମଦଣ୍ଡ ଠାରୁ ଧରା ର ପୃଷ୍ଠ କୁ।
ରାକ୍ଷୀ ନୁହେଁ କ୍ଷୁଦ୍ର ସୁତକ ଖଣ୍ଡିକ
ଭାଇ ଭଉଣୀ ର ସ୍ନେହ ର ସାତ୍ତ୍ବିକ,
କହେ କେଶବଙ୍କ ରକ୍ଷାର ସଂବାଦ
ସାଜଇ ଅପୂର୍ବ ପ୍ରେମ ର ଆବାଦ।
ଦ୍ବାପର ର ଏଇ ଅମୁଲ୍ୟ ପରବ
ଜୀବିତ ଆଜି ଏ କଳି ର ନରବ,
ମଣିର ଏ ବକ୍ଷେ ନାଚଇ ରମଣୀ
କଳି ର ବିନ୍ୟାଶେ ହୋଇ ଶୁଭ୍ରମଣୀ।
ଭାଇ ଭଉଣୀ ର ସ୍ନେହ ହେଲା ନାଶ
ଅର୍ଥ ର ଅଧିନ ହୋଇ କ୍ରୀତଦାଶ,
କଳି ର ବିଳୟେ ହେଲା ସର୍ବନାଶ
ସତେ ଖତ ଖାଇ ବିଲେ କୀଟନାଶ।
ସ୍ନେହ ହେଲା ଆଜି ଟଙ୍କା ର ବିଶ୍ବସ୍ତ
ସଂସ୍କୃତି ପୁରାଣ ହେଲା ବିତିଧ୍ବସ୍ତ,
ରାକ୍ଷୀ ନାମେ ହେଲା ବାଣିଜ୍ୟ ବିସ୍ତାର
ଧର୍ମ ନାମେ ହାଟବିଟେ ବ୍ୟଭିଚାରେ।
ରକ୍ଷକ ସାଜିଛି ଆଜି ର ଭକ୍ଷକ
ସମାଜ ଦେଖାଏ ଭକ୍ଷକ ନାଟକ,
ଭାଇ ସାଜେ ଭଗିନୀ ରକ୍ତ ପିପାସା
ରାକ୍ଷୀ ର ମାନ ଏ ହେଲା ସର୍ବଭ୍ରଷ୍ଟା।
ଜାଗ ଆହେ ଯୁବ ପ୍ରଭୁ ଙ୍କ ସନ୍ତାନ
ଧରା କୁ କର ହେ ନବ ସକ୍ତ ମନ,
ଭାଙ୍ଗ ଏ ଅର୍ଥ ଯେ ଅନର୍ଥ ର ମୁଳ
ଯୋଡ ପୁରାତନ ସ୍ନେହ ସେ ଉଜ୍ଜ୍ବଳ।