STORYMIRROR

Lokanath Rath

Abstract Classics Inspirational

3  

Lokanath Rath

Abstract Classics Inspirational

ରାକ୍ଷୀ ପୂର୍ଣ୍ଣମୀ

ରାକ୍ଷୀ ପୂର୍ଣ୍ଣମୀ

1 min
195


ବଡ଼ ସରାଗ ରେ ପାଳନ୍ତି ସର୍ବେ 

ଶ୍ରାବଣ ପୂର୍ଣ୍ଣମୀ ର ଦିନେ 

ଭାଇ ଭଉଣୀ ମିଶି 

ସ୍ନେହ ବିଶ୍ୱାସର ପରବେ 

ଭାଇର ସୁମନାସ କରି 

ହାତେ ବାନ୍ଧେ ଭଉଣୀ 

ଭାଇ କୁ ଟିକା ଲଗାଇ 

ସଂକଳ୍ପ ର ଏହି ପବିତ୍ର ଡୋରି 

କେହି କେହି କହନ୍ତି ଗମ୍ହା ପୁନେଇ 

ଗୋମାତା କୁ ଭକ୍ତି ରେ ପୁଜନ୍ତି 

ରୋହିଣୀ ର ବଂଶଜ ବୋଲି 

ଧନ୍ୟ ହୋଇଛି ବଳରାମ ଙ୍କୁ ଜନ୍ମ ଦେଇ 

ନୁହେଁ ସେ ତ କିଛି ସାଧାରଣ ଡୋର 

ବାନ୍ଧେ ତ ଭଉଣୀ ଅତି ଆଦରରେ 

ଭାଇ କୁ ଦିଏ ତା ଭାବରେ ବାନ୍ଧି 

କଥା ଦିଏ ଭାଇ ରଖିବ ମାନ ତା ଭାବର 

ରହିବ ସେ ଭଉଣୀ ସଙ୍ଗେ ଛାଇ ହୋଇ 

ଏ ବନ୍ଧନ ତ ଅତୁଟ ରହେ 

ଜନ୍ମ ଜନ୍ମାନ୍ତର ଲାଗି 

ରୁହନ୍ତି ବିଧାତା ଏହାର ସାକ୍ଷୀ ହୋଇ 

ଏ ତ ଅଟେ ଏକ ସମ୍ପର୍କ 

ତାହାର ତୁଳନା ନାହିଁ 

ତୁଟେ ନାହିଁ କେବେ ଏ ଜୀବନେ 

ହେଉ ପଛେ ଯେତେ ଯୁକ୍ତି ତର୍କ 

ଧନ୍ୟ ହୁଏ ଭାଇ ଭଉଣୀ କୁ ପାଇ 

ଭଉଣୀ ବି ଲୁଟାଏ ମମତା 

ଦୂରେ ଥିଲେ ମଧ୍ୟ ହୃଦୟରେ ଥାଏ 

ରାକ୍ଷୀ ପୂର୍ଣମୀ କୁ ରହିଥାଏ ଚାହିଁ 

ଭାଇ କୁ ଦେଖି ଭଉଣୀ କାନ୍ଦଇ 

ଝରେ ଆନନ୍ଦର ଅଶ୍ରୁ 

ଦେଖି ତା ଆଖିରେ ଲୁହ 

ଭାବ ବିହ୍ଵଳ ହୁଏଇ ଭାଇ 

ଏ ତ ଆମ ସଂସ୍କୃତି ଓ ପରମ୍ପରା 

ନିଆରା ଅଟେ ଏହି ପର୍ବ 

ସମ୍ପର୍କ ର କିଛି ଅକୁହା କଥା 

ସବୁ ଭାଇ ଭଉଣୀଙ୍କର ।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract