ରାକ୍ଷୀ ପାଉଣା
ରାକ୍ଷୀ ପାଉଣା
ବାନ୍ଧି ଦେଲା ହାତେ ତୋର
ଏ ଗେହ୍ଲେଇ ଭଉଣୀ
ସ୍ନେହ,ପ୍ରେମର ଡୋରି ଆଣି,
ଛନ୍ଦିଦେଲା ତୋତେ
ହଜାର ଜନମପାଇଁ
କରି ତା ମୋହ ମାୟାରେ ଋଣି।
ରାକ୍ଷୀ ବଦଳେ ମାଗୁଛି ତତେ
ବିଶ୍ୱାସ ଓ ଭରଷାର ହାତ ତୋର
ଲାଞ୍ଛିତ ସମାଜରେ ସୁରକ୍ଷା ଦେବାକୁ
ସାରଥି ସାଜି ତା ଜୀବନର।
ଅଭିମାନୀ ଭଗିନୀ ଆଜି ତୋର
ହୋଇଯାଇଛି କେତେ ବଡ଼
ଚକୋଲେଟ୍,ଆଇସିକ୍ରିମ୍ ବଦଳେ
ମାଗେ ନାରୀ ସୁରକ୍ଷାର ଉପହାର।
ପାଉଣାରେ ସମସ୍ତ ଭାଇଙ୍କୁ
କହେ ଅଶ୍ରୁପୂର୍ଣ୍ଣ ଛଳଛଳ କରି
ଦୁଇ ନୟନେ ତାର,
ଧରାରେ ସଭି ନାରୀଙ୍କୁ ଦେଖିବ
ନିଜ ଭଉଣୀ ସମ ତୁମର।
ରାକ୍ଷୀ ଯେ ରହିଲା ସାକ୍ଷୀ
ଭାଙ୍ଗିବନି ମହତ୍ତ୍ଵ ତାର
ଭାଇ ଭଳି ଭାଇ ହୋଇବ
ଦେଇ ପ୍ରତିଟି ଭଉଣୀ
ଓଠେ ହସର ହାର।
