Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Others

3  

Satyanarayan Sahoo

Romance Classics Others

ରାଜକୀୟ ସେବା

ରାଜକୀୟ ସେବା

1 min
111



ସବୁ ସେବା ମଧ୍ଯେ ରାଜକୀୟ ସେବା

ଅଟଇ ଯେ ଶ୍ରେଷ୍ଠତର

ଅନ୍ଯ ସେବା ପରି ନ ମିଳଇ ତାହା

କେବେ ହେଁ ଥରକୁ ଥର

ରାଜକୀୟ ସେବା ମଉଜ ମସ୍ତିରେ

କରା ଯାଇ ଥାଏ ଜାଣ

ରହି ଥାଏ ତହିଁ ସବୁ ଦୁର୍ବଳତା

ଦୋଷ ତୂଟୀ , କ୍ଷଚି ଚିହ୍ନ ॥

ରାଜକୀୟ ସେବା ଲଭିବାକୁ ଅବା 

ନହୁଏ କିଏ ଭାଜନ

ଯଶ ଖ୍ଯାତି ଗୁଣ ସ୍ତବ ପାଠ ମାନ

ସାଥେ ଯେ ମହିମା ଗାନ ॥

କରା ଯାଏ ତହିଁ  ରାଜ ତୋଷ ପାଇଁ

ନିରନ୍ତର ଖୁସାମତି

କରନ୍ତି ଯେଉଁଠି  ଭାଟର କୁହାଟ

ଗାଏ ରାଜାର ପ୍ରସସ୍ତି ॥

ଦୋଷ ଗୁଣ କିଛି ନ ଦେଖି ନ ବୁଝି

ସବୁ ଚାଲେ ଆଖି ବୁଜି

ଯେ ଆଖି ଖୋଲଇ କି ଅବା ଦେଖଇ

ହୁଏ ତାହାର ଦୁର୍ଗତି ॥

 ରାଜକୀୟ ସେବା କିଣା ଯାଇ ଥାଏ 

ନିତି ସିନା ମୂଲ୍ଯ ଦେଇ

ଅନ୍ଯ ସବୁ ସେବା ସହଜେ ପାଇବା

ବିନା ମୂଲ୍ଯରେ ମିଳଇ ॥

ଗଧଙ୍କ ବିଧାନ ରାଜ ସେବା ମାନ

ଗଢନ୍ତି ଅଜବ ବିଧି

ତେଲିଆ ମୁଣ୍ତରେ ତେଲ ସେ ମଖାନ୍ତି

ଦୁଃଖି ମୁଣ୍ତେ ଦୁଃଖ ଲଦି ॥

ବିତରନ୍ତି ସେବା ରାଜକୀୟ ସେବା

ଆହା କି ! ଆମୋଦ ପ୍ରଦ

ଯେ ଚାଖଇ ତାହା ଲଭି ଥାଏ ଶିକ୍ଷା

ରାଜକୀୟ ସେବା ସ୍ବାଦ ॥



Rate this content
Log in

Similar oriya poem from Romance