ରାଜଘାଟ
ରାଜଘାଟ


🏕🏕🏕ରାଜଘାଟ🏕🏕🏕🏕
🙈🙉🙊🙈🙉🙊🙈🙉🙊
ହେ ପରମ ପୂଜ୍ୟ ଜାତିର ଜନକ
ଭାରତ ମଉଡମଣୀ,
ଝୁରୁଅଛି ଆଜି ଲୁହେ ଭିଜିଭିଜି
ନିତ୍ୟ ଭାରତ ଜନନୀ ॥
ଜୀବନକୁ ବଳି ଦେଲ କାଳମୁଖେ
ଅହିଁସାକୁ କରି ଅସ୍ତ୍ର,
ଆଜନ୍ମ ରହିଲ ଫକୀର ବେଶରେ
ଖଦଡକୁ କରି ବସ୍ତ୍ର ॥
ସୁଖେ ପିଇଯାଇ ଦୁଃଖ ନିର୍ଯ୍ୟାତନା
ଇଂରେଜ ଶାସନ କଳୁଁ,
ଭାରତୀୟଂକର ଭାଗ୍ୟରେ ଲେଖିଲ
ସ୍ୱାଧୀନତା କର୍ମ ବଳୁଁ ॥
ଇଂରେଜର ତୋପ କମାଣ ଲୁଚିଲା
ଅହିଁସା ଘର୍ଘର ନାଦେ,
ଗୋରା ସିପାହୀଂକ ନିଦ ହଜାଇଲ
ତୁମରି ଫିକର ଫାନ୍ଦେ ॥
କର୍ତ୍ତବ୍ୟ ରଥରେ ସାଜିଥିଲ କୃଷ୍ଣ
ସ୍ୱାଧୀନତା ରଣାଂଗନେ,
ବିଦେଶୀ କୈାରବେ ମୁଣ୍ତ ପିଟୁଥିଲେ
ତୁମ ଅହିଂସା ପାଷାଣେ ॥
ତୁମରି ସ୍ୱପ୍ନର ଏ ଭାରତ ଭୂଇଁ
ଝରାଇ ଆଖିରୁ ଲୁହ,
ନିତି ଖୋଜୁଅଛି ରାଜଘାଟ ପରେ
ତବ ଅନୁପମ ଦେହ ॥
ସ୍ୱାଧୀନ ଭାରତ ପରାଧୀନ ଆଜି
ହିଂସା ଦ୍ୱେଶ ଶୋଷଣରେ,
ଧର୍ଷଣ ଜୁଇରେ ସତୀ ପୋଡିମରେ
ତବ ସ୍ୱପ୍ନ ଭାରତରେ ॥
ସ୍ୱଛ ଭାରତର ଯୋଜନା ତୁମରି
ଅଧୁରା ରହିଛି ଆଜି,
ଅସ୍ୱଛ କାଳିମା ଗ୍ରାସରେ ସମାଜ
ନିଇତି ହୁଅଇ ଭାଳି ॥
ଫେରିଆସ ବାପୁ ଧରି ସେହି ବପୁ
ସ୍ୱପ୍ନ ରାମ ରାଜ୍ୟ ପରେ,
କାଟି ପିନ୍ଧା ନୀତି ସ୍ୱଦେଶୀ ପୀରତି
ଫେରୁ ଭାରତ ବୁକୁ୍ରେ ॥