ରାଜଧାନୀରେ ସନ୍ଧ୍ୟା
ରାଜଧାନୀରେ ସନ୍ଧ୍ୟା
ଉଗ୍ର ଆଧୁନିକା
ରୂପସୀ ନାୟିକା
କେଶ ପାଶୁଁ ଆସେ ସଞ୍ଜ,
ନିଅନ ଆଲୁଅ
ମାଳା ଦୃଶ୍ୟହୁଏ
ସତେ କିବା ନୀଳକଞ୍ଜ ।
ଦଳଦଳ ହଂସ
ପ୍ରାୟେ ତହିଁ ପୁଂସ-
ନାରୀଏ ରଚନ୍ତି ଖେଳା,
କି ସୁନ୍ଦର ଆହା
ମନପୁରି ଉଠେ
ନୟନେ ବିପଣୀମାଳା।
ସୁଦୃଶ୍ୟ ପ୍ରାସାଦ
ପୋତପ୍ରାୟ ପ୍ରତେ
ହୁଅନ୍ତିକି ଜଳଧୀରେ,
ମନ୍ଦିର ମାଳିନୀ
ମନ୍ତ୍ରସିଦ୍ଧ ଯୋଗୀ
ପ୍ରାୟ ଭାସନ୍ତିକି ଜଳେ ।
ରାଜଧାନୀ ରାଜ-
ଭବନ ଶୋଭନ୍ତି
ନଭଶ୍ଚୁମ୍ଭୀ ଅଟ୍ଟାଳିକା,
ଦରଶନେ ଯାର
ମନରେ ଆସଇ
କେତେ ଦୁଃଖ କେତେ ଦକା ।
ସଞ୍ଜ ଘୋଟୀଆସେ
ପୂଜା ଆଳତୀରେ
ଧୂପ ଝୁଣା ସୁଗନ୍ଧରେ,
ସମୀର ସଂଚାରେ
ବିଚ୍ଛୁରିତ ହୁଏ
ରାଜଧାନୀ ଉପାନ୍ତରେ।
