Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Inspirational

4  

Kunja Bihari Dalai

Inspirational

ରାଜା ପାଇଲେ ସଜା

ରାଜା ପାଇଲେ ସଜା

1 min
292


ରାଜ ଦରବାରେ ଉପସ୍ଥିତ ରାଜା

ରାଜ ପାରିଷଦ ମେଳେ  

ବିଦୁଷକେ ଚାହିଁ କହନ୍ତି ରାଜନ

ଥଟ୍ଟା ପରିହାସ ଛଳେ ।


ସ୍ଵପନ ଦେଖିଲି ମୃଗୟା ବିନୋଦେ

ଯାଇଛି ଘଞ୍ଚ ଅରଣ୍ୟ  

ପାତ୍ର ମନ୍ତ୍ରୀ ସହ ତୁମେ ବିଦୁଷକ 

ମୋ ସାଥେ ଗମିଛ ବଣ ।


ଝଡ ତୋଫାନରେ କିଏ କେଉଁ ସ୍ଥାନେ 

ନ'ମିଳିଲା କା'ର ପତ୍ତା  

ଏକା ତୁମେ ଅଛ ମୋର ଅନୁଗାମୀ 

ଯେବେ ନାହିଁ ଝଡ ସତ୍ତା ।


ଅନ୍ଧାର ରାତିରେ ଆମେ ଦୁଇ ଜଣ

ଆଗକୁ ଯାଇଛୁ ମାଡି  

ଜଙ୍ଗଲ ମଧ୍ୟରେ ପୃଥକ କୁଣ୍ଡରେ 

ମୁହଁ ମାଡି ଗଲୁ ପଡି ।


ପହଞ୍ଚିଲେ ସୈନ୍ୟ ମାତ୍ର କିଛି କ୍ଷଣେ

ମସାଲ ଧରି ହସ୍ତର  

ମଧୁ କୁଣ୍ଡ ମଧ୍ୟେ ପଡିଅଛି ମୁହିଁ

ବିଷ୍ଠାରେ ତୁମ ଶରୀର ।


ହଠାତ୍ ମୋହର ନିଦ ଭାଜିଯାଏ

ବୁଝିଲି ଏଥିଲା ସ୍ଵପ୍ନ  

ଆସନରୁ ଉଠି କହେ ବିଦୁଷକ 

ତହୁଁ ମୋତେ ଦୃଶ୍ୟମାନ ।


ବହୁ କଷ୍ଟେ ଆମେ ଉଠିଲୁ କୁଣ୍ଡରୁ

କେମିତି ହୋଇବୁ ସଫା  

ଉପାୟଟି ଯେବେ କହିଲି ଆଜ୍ଞାଙ୍କୁ

ଚିନ୍ତା ହେଲା ଦଫାରଫା ।


ଜିହ୍ଵାରେ ଚାଟିଲେ ଆପଣ ମୋ ଦେହ 

ମୁଁ ଚାଟିଲି ପ୍ରଭୁଙ୍କର  

ଏମିତି ଭାବରେ ଚାଟି ଚୁଟି ହେଲୁ

ଆମେ ଦୁହେଁ ପରିଷ୍କାର ।


ଲଜ୍ଜିତ ରାଜନ ଭାରି ସଭା ମଧ୍ୟେ 

ଶୁଣି ବିଦୁଷକ ବାଣୀ  

ବୁଝିଲେ ଅନ୍ୟକୁ କାଦୁଅ ଫିଙ୍ଗିଲି

ହୋଇଲା ଇଜ୍ଜତ ହାନୀ ।



Rate this content
Log in

Similar oriya poem from Inspirational