ରାଗ ବ୍ରହ୍ମ ଚ଼ଣ୍ଡାଳ
ରାଗ ବ୍ରହ୍ମ ଚ଼ଣ୍ଡାଳ
" ମୋତେ କିଏ ଡାକ୍ତର ପାଖକୁ ନେଇଯାଅ ପ୍ଲିଜ୍। ବୋଉ ମୁଁ କନିଅର ମଞ୍ଜି ଖାଇ ଦେଇଛି। ଦେହ ମୋର ଜଳି ଯାଉଛି। ପାଣି ଟୋପେ ଦିଅ କିଏ ?"
ଘର ଭିତରରୁ ଦୌଡି ଆସିଲେ ମଧ୍ଯ ବୟସ୍କା ସ୍ତ୍ରୀ ଲୋକ ଜଣେ । "କ'ଣ କଲୁ ଲୋ । ତୋତେ ବଢେଇ କୁଢ଼େଇ ଏଡୁଟିଏ କରିଥିଲି କ'ଣ ଏଇଥି ପାଇଁ ? ଆରେ କିଏ କୁଆଡେ ଅଛ ଲୋ ମୋ ଝିଅକୁ ଟିକେ ଡାକ୍ତରଖାନା ନିଅ । "
ମା' ଝିଅଙ୍କର କଥା ପବନରେ ମିଳାଇ ଯାଇଥିଲା। କିଛି ସମୟ ପରେ ଗାଁ ଲୋକ ସବୁ ଆସି ରୁଣ୍ଡ ହୋଇଥିଲେ, ହେଲେ ସବୁ ସରି ଯାଇଥିଲା। ନିସ୍ତେଜ ହୋଇଯାଇଥିଲା ମାଳିନୀର ପାର୍ଥିବ ଶରୀର।
କେହି ହଠାତ୍ ଜାଣି ପାରୁନଥିଲେ କ'ଣ ଏପରି ହୋଇ ଯାଉଥିଲା ? ମା' ତା'ର କାନ୍ଦି କାନ୍ଦି କହୁଥିଲେ, "କ'ଣ କଲୁ ଲୋ , କ'ଣ ଟିକେ ବାପା କହିଦେଲେ ଯେ ଜୀବନ ହାରିଦେଲୁ !
ପ୍ରକୃତ କଥା କ'ଣ ହୋଇଛି ପଚାରିବାରୁ, ସେ କହିଲା କି "ସକାଳେ ତା' ବାପା ରଖିଥିବା ସାତ ଟଙ୍କା ମିଳିଲାନି। ଫଳରେ ତା' ବାପା ତାକୁ କହିଲେ କି 'ତୁ ନେଇଛୁ'। ଏହି ପ୍ରସଙ୍ଗରେ ବାପ ଝିଅଙ୍କ ମଧ୍ଯରେ ଟିକେ କଥା କଟାକଟି ହୋଇଥିଲା। ପରେ ଟଙ୍କା ମିଳି ଯାଇଥିଲା। ହେଲେ କଥା ଏତେ ବଡ ନଥିଲା ।ଚିରାଚରିତ ଢଙ୍ଗରେ ସବୁକିଛି ଚାଲିଥିଲା। ସେ ରୋଷେଇ କରୁଥିଲା , ମୁଁ ଗାଧୋଇବାକୁ ପୋଖରୀକୁ ଯାଇଥିଲି । ଆସିବା ବେଳକୁ ଏ ଅବସ୍ଥା।" ସମସ୍ତେ ଆଖିରୁ ଲୁହ ଗଡାଇବା ହିଁ ସାର ହୋଇଥିଲା। କିଛିକ୍ଷଣର ରାଗ ଯେ ଏପରି ବିଷମ ପରିସ୍ଥିତି ସୃଷ୍ଟି କରିବ ଏ କଥା କାହାକୁ ବା ଜଣା ଥିଲା ?
ରାଗ ବ୍ରହ୍ମ ଚଣ୍ଡାଳ। ସବୁବେଳେ ନିଜ ମନକୁ ନିୟନ୍ତ୍ରଣ କରିବାକୁ ଶିଖିବାକୁ ହେବ।