ନିଶୀଥ ଭିତର ଅଭିସାରିକା ମୁଁ
ନିଶୀଥ ଭିତର ଅଭିସାରିକା ମୁଁ
ତନ୍ଦ୍ରା ବିଭୋରିତ ସ୍ଵପ୍ନ ରଜନୀ"ଟା
ସ୍ମୃତି ଯା ସାଜିଛି ଖାଲି,
ନିସ୍ତବ୍ଧ ଜଗାଏ ନିରବ ବେଳାର
ପ୍ରୀତି ଭରା ଚୋରାବାଲି ।
ବସନ୍ତ ମଳୟ ପରଶ ବିହୀନ
ରଜନୀଗନ୍ଧା ମୋ ମନ,
ପଳାଶ ବନ"ର ଚଇତି ଛୁଆଁ ହିଁ
ଭିଜିବା ମୋ ରାତି ଦିନ ।
ଗଙ୍ଗଶିଉଳୀ ମୁଁ ଫଗୁଣ ରାତିର
ଦିବା ମଲ୍ଲୀକା ମୋ ଆଶା,
ଚେତନା ଜଡ଼ିତ ମନର ମହକେ
ପ୍ରତାରଣା ପରିଭାଷା ।
ପଥପ୍ରାନ୍ତ ଶୂନ୍ଯ ପଥ'ର ପଥିକ
ସତ୍ତା ହୀନ ପଥେ ଯାତ୍ରୀ,
ଅଭିସାରିକା ମୁଁ ନିଶୀଥ ଭିତରେ
ଜୀବନ ପଥ ମୋ ରାତ୍ରୀ ।