Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ପ୍ରୀତି ମଦିରାର ନିଶା

ପ୍ରୀତି ମଦିରାର ନିଶା

1 min
162


ଝୁମିଗଲି ତୁମ ପ୍ରେମରେ ଲୋ ସଖୀ

ଝୁମିଗଲା ମୋ ଦୁନିଆ

ଗଢିଲି ଗୋଟିଏ ସପନର ଘର

ଛାତିରେ ଜାଳିଲି ନିଆଁ I


ତୁମେ ଗାଇଦେଲ ପ୍ରେମର ଗଜଲ

ରାତି ବୋଳିଦେଲା ରଙ୍ଗ

ସେଇ ରାତି ଆଜି ଧରି ବସିଛି ମୋ

ସପନ ନଉକା ମଙ୍ଗ I


ସପନ ରାଇଜେ ଘରଟିଏ କରି

ତା ସହିତ କରି ଭାବ

ସପନେ ବଞ୍ଚିବା ଶିଖି ଯାଇଛି ମୁଁ

ପାଇ ନାହିଁ ପରାଭବ I


ତୁମ ମୁହେଁ ଦେଖି ହସର ଲହରୀ

ହସେ ନିଦାଘର ଖରା

ତୁମ ଖୁସି ମୋତେ ଉପହାର ଦିଏ

ଅଗଣିତ ହୀରା ନୀଳା I


ଆଖି ଦରିଆରେ ସପନ ବୋଇତ

ଭାସୁଥାଏ ତୁମ ପାଇଁ

ତୁମେ ଚାହାଣୀରେ ଆର୍ଦ୍ର ହୁଏ ସଖୀ

ମୋ ଜୀବନ ମରୁଭୂଇଁ I


ତୁମରି ପ୍ରେମର ମଦିରା ପିଇ ଲୋ

ଘାରେ ଯେବେ ମୋତେ ନିଶା

ତୁମେ ଏକା ସଖୀ ପଢୁଥାଅ ବସି

ମୋ ଆଖି ତଳର ଭାଷା I



Rate this content
Log in

Similar oriya poem from Romance