ଋତୁ ଚକ୍ରବ୍ୟୂହ
ଋତୁ ଚକ୍ରବ୍ୟୂହ
ଟାଆଁସିଆ ଖରା ବି ଜଳାଏ
ଝାଳରେ ଗମ୍ ଗମ୍
ହେଲ୍ ମେଟ୍ ଓହ୍ଲେଇଲେ
ବାଳ ତନ୍ତି ଭିଜି ଘର୍ମାକ୍ତ ଛମ୍ ଛମ୍ ।
ତତଲା ଝାଞ୍ଜି ବି ତରଳାଏ
କାଖ ତଳୁ ଝରିପଡ଼େ ଝରଣା
ସିମେଣ୍ଟ ଛାତ ତଳେ ସିଝି ପକାଏ
ହାଣ୍ଡିରେ ଉଁସେଇଲା ଧାନ ପରି
ଆକ୍ତାମାକ୍ତା ବାଟବଣା ହତବମ୍ ।
ବର୍ଷା ବି ଜଳାଏ
ବିରହ ନିଆଁରେ
ଶୀତ ବି ଜଳାଏ
ଏକାନ୍ତ ବାସରେ
ହାତ ଧରି ସବୁ ଇନ୍ଧନ ଯୋଗାନ୍ତି
ହାଇ ମାରିବାକୁ ନାକେଦମ୍ ।
ଋତୁ ଚକ୍ରବ୍ୟୁହ ଜ୍ୱଳନ ଦୁଃସହ
ହୁତୁ ହୁତୁ କାମବାସ୍ନା
ଦିଶେ ନାହିଁ ସିନା ବ୍ୟହ୍ୟ ନେତ୍ରେ କିଛି
ଜଳିଯାଏ ମରମଲଗ୍ନା
ବ୍ୟସ୍ତ ବିବ୍ରତ ତ୍ରାହିମାମ୍ ।
ତୁମରି ଭାବନା କାମନା ଯାତନା
ଚନ୍ଦନ ଚର୍ଚ୍ଚିତ ଲାଗେ
ବ୍ୟଥିତ ହୃଦୟ ଜୂଳନ ନୀଳୟ
ଭାବନା ରାଇଜେ ମାଗେ
ମୁରୁକି ଫୁରୁକି ହସବମ୍ ।
ତୁମରି ସ୍ମରଣେ ମନ ଉପବନେ
ରୋମାଞ୍ଚିତ ମତିମୟ
ଦେଖା ହେଲେ କିମ୍ଵା ହାତ ମିଳେଇଲେ
ଅମୃତ ଚାଖନ୍ତା ପ୍ରୀୟ
ମିଳନ ବିଳାସେ ଝମ୍ ଝମ୍ ।