ଚିଲିକାର ସ୍ମୃତି
ଚିଲିକାର ସ୍ମୃତି
ଖୋଜିଛି ଯେବେ ମୁଁ ରାଜ୍ୟେ କଳ୍ପନାର,
ମନ ମୁକୁରରେ 'ମାନ ସରୋବର'
ଦିଶିଛି କଳିଙ୍ଗ ଉପକୂଳେ ସ୍ଥିତା,
ଲବଣ ସ୍ଵାଦର ମଧ୍ୟେ ସୁଶୋଭିତା,
ପ୍ରାତଃ ପ୍ରଜ୍ଵଳିତ ଅରୁଣାଭ ରଙ୍ଗେ,
ବକ୍ଷେ ଉଲ୍ଲାସିତ,ଅଧୀର ତରଙ୍ଗ I
ଚିଲିକାର ଚିତ୍ର,ବିହଙ୍ଗ ମେଳଣ,
ଜଳଧି ମଧ୍ୟରେ ବ୍ୟାପ୍ତ ନଳବଣ I
ମଧୁ କଳରବେ ଗୁଞ୍ଜେ ଚଉଦିଗ,
ପ୍ରତିଟି ନୀଡ଼ରେ ଜନ୍ମ ନିଏ ଖଗ ,
କିଏ ବିଦେଶିନୀ କିଏ ନିବାସିନୀ,
ପ୍ରତି ବିହାଙ୍ଗିନୀ ସାଜିଛି ଜନନୀ,
ମାତୃ ରୂପେ ପାଳେ ପ୍ରାଣକୁ ସଞ୍ଚାରେ,
ଯିବା ଜଗତର ମହତ ବିଚାରେ,
ତରୁଣୀ ସଦୃଶ,
ତଥାପି ସେ ଜାଳେ,
କବିର କଳ୍ପନା ସଞ୍ଜ ଓ ସକାଳେ I
କେବେ ଗୋପବନ୍ଧୁ କେବେ ରାଧାନାଥ,
ଦେଇଛନ୍ତି କେତେ ଲେଖକ ବୃତାନ୍ତ,
ଯୁଗ ଯୁଗ ଲାଗି ଯାହାର ବର୍ଣ୍ଣନା,
ସୃଜନ କରିଛି ସାହିତ୍ୟ ରଚନା ,
ରୂପେ ଅନୁପମା 'ରୂପସୀ ଚିଲିକା'-ଯେତେ ବଖାଣିଲେ ରହଇ ବଳକା !କେଉଁ ଲେଖନୀରୁ ସିୟାହି ଝରିବ?କିପରି କବି ଯେ,
ବର୍ଣ୍ଣନା କରିବ?

