STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

ଭାବୁଥିଲି

ଭାବୁଥିଲି

1 min
162

ତୁମ ରାଗ ତମତମ ଚାହାଣିକୁ

ଆଉ ଟିକେ ଚିଡ଼େଇବି ଭାବୁଥିଲି

ତୁମେ ଫେରି ଚାଲି ଯାଉଥିଲ ଯେବେ

ତୁମ ବାଟ ଓଗାଳିବି ଭାବୁଥିଲି।


ତୁମେ ରାଗିଗଲ ତୁମ ଗୋରା ଗାଲ

ଫିକା ଗୋଲାପୀ ଗୋଲାପୀ ଦିଶୁଥିଲା

ରୁହ୍-ଅଵଜା ଟିକେ ଠିପି ଖୋଲିଦେଇ

ଢୋକେ ପିଇବି ବୋଲି ମୁଁ ଭାବୁଥିଲି।


ବୋତଲର ମୁହଁ ତଥାପି ଶୋଷିଆ

ମଦ ବୋତଲରେ କେବେ ଗିଲାସ ରେ

ଖାଲି ନିଗିଡିବା ବେଳ ଦୁଇ ଘଡ଼ି ବୋଲି

ନ ସରନ୍ତା ଏ ବେଳ ମୁଁ ଭାବୁଥିଲି।


ତୁମେ ଯାଉଥିଲ ତୁମ ପଣତ ଟା

ମୋ ମୁହଁ ପାଶେ ଘଷି ଖସିଗଲା

ନେସି ଦେଇଗଲା ମେଞ୍ଚେ କଞ୍ଚା ନିଶା

ଭିଡି ଧରିବାକୁ ଖାଲି ଭାବୁଥିଲି।


ମୁଁ ଦେଖୁଥିଲି ତୁମ ଯିବା ବାଟ

ତୁମେ ଲେଉଟି ଚାହିଁଲ ଯାଉଯାଉ

ଏ ତ ରାଗ ନୁହଁ ଥିଲା ଅଭିମାନ

ବସି ବସି ମନେମନେ ଭାବୁଥିଲି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance