STORYMIRROR

Reeta aparajeeta Mohanty

Romance

3  

Reeta aparajeeta Mohanty

Romance

ରହିଗଲା ସ୍ୱପ୍ନ ପାହିଲା ରାତି

ରହିଗଲା ସ୍ୱପ୍ନ ପାହିଲା ରାତି

1 min
213


ତୁମ ସହ ଛୋଟ ଗୋଟିଏ ଘର

ହେଉ ପଛେ ସେ ଭଙ୍ଗା ଚାଳିଆ

ତୁମେ ନିର୍ଜନ ଆକାଶରେ ଏକମାତ୍ର ଜହ୍ନ ଥିଲ .........।

ତୁମ ପ୍ରୀତିରେ ନିଜକୁ ଭୁଲିଥିଲି

ଭୁଲିଥିଲି ଘର ଠିକଣା

ରାତି ଦିନ ତୁମ ସ୍ୱପ୍ନରେ 

ବିଭୋର ହେଉଥିଲି 

ସେଥିପାଇଁ ତ କେତେ ଚାକିରୀ ରେ

ପରୀକ୍ଷା ଦେଉଥିଲି

ବଡ଼ ଅଫିସରେ ଚାକିରୀ ଟିଏ ଜୁଟିଗଲା 

ହେଲେ ହାୟ ମୋ ସୁନା ସ୍ୱପ୍ନ 

ଦଇବ ଚୁନା କରିଦେଲା

ତୁମ ହାତେ ତୁମ ବାହାଘର କାର୍ଡ ଦେଖି ମୋ ତଣ୍ଟି ଶୁଖିଯାଉଥିଲା

ତୁମ ଆଖି ବି ଲୁହରେ ଛଳଛଳ ଥିଲା

ମୋ ସ୍ୱପ୍ନ ସେମିତି ସ୍ୱପ୍ନ ରହିଗଲା

ପାହିଗଲା ରାତି।

ତୁମେ ଲମ୍ବା ଓଢଣା ଟାଣି ଆଉ ଆସିଲନି ମୋ ଘର କୁ ସାଜି ମୋ ଘରଣୀ ।

ତୁମେ ବି ପରିବାର ପ୍ରେମ ପାଇଁ

ଆମ ନିରୀହ ପ୍ରେମ କୁ ବଳି 

ପକାଇଥିଲ ।

ସବୁ ବୁଝି ମୁଁ ନାଚାର ଥିଲି

ଗୁମ ମାରି ଅଲୋଡା ସକାଳର

ହାତ ଧରିନେଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance