STORYMIRROR

Pranati Mahapatra

Romance

3  

Pranati Mahapatra

Romance

ତୁମକୁ ଦେଖିଲେ

ତୁମକୁ ଦେଖିଲେ

1 min
226


ତୁମକୁ ଦେଖିଲେ ଫୁଲେଇ ଫଗୁଣ

 ଓଢଣା ଫାଙ୍କରୁ ହସେ,

ଋଷିଗଲେ ଥରେ କୃଷ୍ଣଚୂଡା ବି

 ଲାଜେଇ ଝପଟି ବସେ ,

 ଫଗୁ ରଙ୍ଗ ପରି ବାସେ

ତୁମ ବାସ୍ନାରେ ଆମ୍ବ ବଉଳଇ

 କୋଇଲି ବିରହୀ ଦିଶେ ।।


ରାଜହଂସୀ ତୋର ଚାଲିରେ ବାରିଦ

  ଝିପିଝିପି ଆଖି ମାରେ,

ମେଘମହ୍ଲାର ଫିକା ପଡିଯାଏ

  ପାଦର ପାଉଁଜି ସୁରେ,

 ଚକୋରୀ ବି ଲାଜ ମରେ

ମଳୟ ପବନ ଗଛ ପତରରେ

 ତୋ ପାଇଁ ବି ନୃତ୍ୟ କରେ ।



ତୁମରି ଛୁଆଁରେ ଫଗୁଣ ପବନେ

 ମିଠା ମିଠା ଯେ କବିତା,

 ତୁମ ଓଠ ତଳୁ ହସ ପାଖୁଡାରେ 

   ଗଳପ ଧାଡି ସାଇତା ,

  ଶୁଣେ ମୁଁ ବସି ସେହି କଥା

ଗଳ୍ପରୁ କାହାଣୀ କାହାଣୀରୁ ପ୍ରେମ

    ଲେଖା ତୁମ ମୋ କଥା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance