STORYMIRROR

Smitali Priyadarsini Panda

Romance

3  

Smitali Priyadarsini Panda

Romance

ନୂଆ ପରିଚୟ

ନୂଆ ପରିଚୟ

1 min
180

ବନ୍ଧୁତାକୁ ନୂଆ ପରିଚୟ ଦେଇ

ପ୍ରେମିକ ସାଜିଲ ଯେବେ

ଦିନ ଆଉ ରାତି ଲାଗେ ଏକା ଏକା

ବିଚରଣ କରେ ଭାବେ ।।


ସ୍ପନ୍ଦନ ଶବ୍ଦରୁ ପ୍ରିୟ ନାମ ଶୁଭେ

ଝଙ୍କୃତ ପୀରତି ଗୀତ

କ୍ଷଣକ ମୁହୂର୍ତ୍ତ ହୋଇଯାଏ ତିକ୍ତ

ଭାବ ଚୁମ୍ବନରେ ସିକ୍ତ ।।


ହାତେ ହାତ ଧରି ଆପଣାର କରି

ସିନ୍ଥି ଦେବ କି ମୋ ଭରି

ଜନ୍ମ ଜନ୍ମ ପାଇଁ ନେବ ଆପଣାଇ

ବାନ୍ଧି ସୁହାଗିନୀ ଡୋରି ।।


ପ୍ରୀତିର ସୁବାସ ମନ କରେ ବ୍ୟସ୍ତ

ମଧୁର ମଳୟ ହୋଇ

ଅବା ସେ ଫଗୁଣ ଅବା ସେ ଶ୍ରାବଣ

ସଦା ଯାଏ ଚୁମି ଦେଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance