STORYMIRROR

Priyanka Panda

Classics Others Children

4  

Priyanka Panda

Classics Others Children

ରାଧେକୃଷ୍ଣ

ରାଧେକୃଷ୍ଣ

1 min
0

‎ବଂଶୀ ସ୍ୱର ଶୁଣି ମନ ବ୍ୟାକୁଳ

‎ରାଧା ଚାହେଁ ବାଟ ପାଣେ/

‎ଯମୁନା ତୀରେ ଏକା ବସି

‎ସ୍ମରେ କୃଷ୍ଣଙ୍କୁ ରାତି ଦିନେ//


‎ନୟନେ ନୟନ ମିଳିଗଲା

‎ହୃଦୟେ ହୃଦୟ ବନ୍ଧନ/

‎ମୟୂର ପିଚ୍ଛ ମୁକୁଟ ତାର

‎ରାଧା ତାର ଜୀବନ//


‎ନାମ ଜପି ରାଧା କାନ୍ଦେ

‎ପ୍ରେମ ଅଶ୍ରୁ ଆଖିରେ/

‎ମୋହନ ମୂରତି ହୃଦୟେ

‎ଶାନ୍ତି ମିଳେ ଧ୍ୟାନେ//


‎ବୃନ୍ଦାବନ ରଜ ମାଖି

‎ରାଧା ନାଚେ ଖୁସିରେ/

‎ଗୋପୀ ସାଥେ ରାସ ଲୀଳା

‎କୃଷ୍ଣ ବଂଶୀ ସ୍ୱରେ//


‎Priyanka Panda


Rate this content
Log in

Similar oriya poem from Classics