STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

ତପସ୍ୱୀ

ତପସ୍ୱୀ

1 min
0

ଗେରୁଆ ବସ୍ତ୍ର ରୁଦ୍ରାକ୍ଷ ମାଲ୍ୟ

‎ନୁହେଁ ତପସ୍ଵୀର ଚିହ୍ନ/

‎କର୍ତବ୍ୟେ ନିଷ୍ଠା ମୋହ ତ୍ୟାଗିଲେ

‎ସଂସାର ତପସ୍ୱୀ ଅଟେ ମହୀରେ//


‎ପିତା ମାତାଙ୍କ ସେବାରେ ରତ

‎କ୍ଷୁଧାର୍ତ୍ତକୁ ଅନ୍ନ ଦେଇ /

‎ସେ ହିଁ ସାଧୁ ସେ ହିଁ ତପସ୍ୱୀ 

‎ଈଶ୍ୱର ତା ଘରେ ବାସ କରିଥାଇ//


‎ମିଛ ଛାଡ଼ି ସତ ଧରେ ଯେ 

‎ପର ଉପକାର କରିଥାଏ/

‎ବେଶ ନୁହେଁ କର୍ମ ହିଁ ବଡ଼ 

‎ସେହି ମଣିଷ ପୂଜା ପାଇଥାଏ //


‎Priyanka Panda


Rate this content
Log in

Similar oriya poem from Classics