ବନ୍ଧୁତ୍ୱ
ବନ୍ଧୁତ୍ୱ
ପ୍ରଚଣ୍ଡ ତାତିରେ ବସୁଧା ମା'
ଆକାଶ ଛାତି ଫାଟେ/
ବୁନ୍ଦାଏ ବର୍ଷାରେ ଦୁହିଁଙ୍କ ମିଳନ
ବନ୍ଧୁତ୍ୱର ଗାଥା ଗାଏ//
ନଦୀ ବହି ଗଲେ ଦୁଃଖରେ
କୂଳ ଜଡ଼େଇ ଧରେ/
ଦୂରେ ଥାଇ ବି ସାଥେ ଥାନ୍ତି
ଏଇ ନାମ ତାର ବନ୍ଧୁତ୍ୱରେ//
ପ୍ରଚଣ୍ଡ ଖରାରେ ମଣିଷ ଅସହ୍ୟ
ବୃକ୍ଷ ତାର ଛାୟା ଦିଏ/
ନିଜେ ଜଳି ଜଳି ଆଉ ଜଣଙ୍କୁ
ଶୀତଳତା ଦେଇଥାଏ//
ଅନ୍ଧାର ରାତିରେ ଚନ୍ଦ୍ର ଏକା
ଯ୍ୟୋସ୍ନା ସାଥି ଦେଇଥାଏ/
କେହି ନଦେଖିଲେ ପ୍ରକୃତି ଦେଖୁଛି
ଦୁହେଁ ଦୁହିଁଙ୍କୁ ବୁଝେ//
ପ୍ରବଳ ପବନେ ଗଛ କମ୍ପେ
ମାଟି ମୂଳ ଟାଣି ଧରେ/
ନିଜେ କଷ୍ଟ ସହି ଅନ୍ୟକୁ ବଞ୍ଚାଇ
ବନ୍ଧୁତ୍ୱର ଶକ୍ତି ଦର୍ଶାଏ//
Priyanka Panda
