ନୌକା
ନୌକା
ଲୋକଙ୍କ ବୋଝ ମୁଣ୍ଡରେ ବୋହେ
ନିଜେ ତଥାପି ନଇଁଯାଏ/
ଢେଉ ଆସେ ଯାଏ ଛାତି ଉପରେ
ତଥାପି ଡୁବେନି, ଭାସେ ସବୁବେଳେ//
ଏ କୂଳରୁ ସେ କୂଳ ନେଇଯାଏ
ଗନ୍ତବ୍ୟ କିନ୍ତୁ ନିଜର ନଥାଏ/
ସମସ୍ତଙ୍କ ପାଇଁ ରାସ୍ତା ହୋଇ
ନିଜେ ଛିଡ଼ା ହୋଇଥାଏ ପାଣିରେ//
ସମସ୍ତଙ୍କୁ ପାର କରାଇଦିଏ
ନିଜେ ରହିଯାଏ ମଝି ଧାରାରେ/
ନାମ ନଥାଏ, ଯଶ ନଥାଏ
ତଥାପି କାମ କରିଯାଏ ନିରନ୍ତରେ//
Priyanka Panda
