STORYMIRROR

Pabitra Sahu

Inspirational

3  

Pabitra Sahu

Inspirational

ରାଧାଙ୍କ ବ୍ୟଥା

ରାଧାଙ୍କ ବ୍ୟଥା

1 min
179


    ମୁଁ କାହା ପାଇଁ ଯିବି ଆଉ ଯମୁନା କୂଳ

    କିଏ କରିବ ମୋହର 

    ପଥ ଉଗାଳ ? 

    ଆଉ ଜମା ଶୁଭିବନି 

    ବଂଶୀର ସ୍ୱନ 

    ପାଦର ଘୁଙ୍ଗୁର ମୋର

    ହେବ ମଉନ । 

    କାହ୍ନା ଚାଲିଗଲା ପରେ

    ମଥୁରାପୁର

    ସ୍ଥିର ରହି ପାରିବନି

    ମନ ମୋହର। 

    ସଜ ହେବି କାହା ପାଇଁ 

     କହରେ କାହ୍ନା

    ଲୁହ ଧାର ବୋହି ଯିବ

    ଯେହ୍ନେ ଯମୁନା । 

    ବଞ୍ଚି ପରିବକି ତୁମ

    ମାନିନୀ ରାଇ 

    ପ୍ରତି ମୁହୂର୍ତ୍ତରେ ପାଶେ

    ଥିଲ କହ୍ନେଇ । 

    ଶାଶୁ ନଣନ୍ଦର ଗାଳି 

    କାଟେନା ଜମା

    ଚାହିଁ ଦେଲେ ତୋର ସେଇ

   ମୁଖ ଚନ୍ଦ୍ରମା। 

   ଭୁଲି ଯାଏ ଯେତେ ଦୁଃଖ

    ଯେତେ ଯନ୍ତ୍ରଣା

   ସ୍ନେହ ପୀରତିରେ ତୋର

   ହୋଇଲେ ବଣା। 

    କେତେ ସ୍ମୃତି ଯେ ଛାଡ଼ି ଯାଉ

    ଅଭୁଲା ଦିନ

   ଏବେ ପୂର୍ଣ୍ଣିମାରେ 

   କାଇଁ ଲୁଚୁଛି ଜହ୍ନ। 

   ସ୍ମୃତିକୁ ମନେ ରଖି 

   ବଞ୍ଚିହେବ କି 

   କହରେ କାହ୍ନୁ 

   ଚୁପ୍ ଅଛୁ କାହିକିଁ ? 



Rate this content
Log in

Similar oriya poem from Inspirational