STORYMIRROR

MADHUSMITA SWAIN

Abstract

2  

MADHUSMITA SWAIN

Abstract

ରାଧା ପ୍ରେମକୁ କିଏ ବା ସରୀ

ରାଧା ପ୍ରେମକୁ କିଏ ବା ସରୀ

1 min
142

ଶାଶ୍ୱତ ପ୍ରେମେ ନଥାଏ ଭୟ

ରାଧା ପୀରତି ଅମୁଲ୍ୟ ପ୍ରାୟ

ଶ୍ରୀ କୃଷ୍ଣ ପ୍ରୀତି ମଧୁରମୟ

ପ୍ରେମର ସଂଜ୍ଞା ଅବର୍ଣ୍ଣନୀୟ


ସେ ବୃଷଭାନୁ ରାଜକୁମାରୀ

ତନୁକୁ ତାର କରିଛି ଚୋରି

ନିତି ଝୁରଇ ମୁରଲୀ ଧାରି

ରାଧା ପ୍ରେମକୁ କିଏବା ସରୀ


କହ୍ନେଇ ପୁଣି କରିଛି ଗୁଣି

ଆକୁଳ ହୁଏ ମୁରଲୀ ଶୁଣି

କଦମ୍ବ ମୂଳ ନଉଛି ଟାଣି

ପ୍ରୀତିକୁ ଝୁରେ ରାଧିକା ରାଣୀ


ସଂସାର ଛାଡି ଝୁରେ ଆକୁଳେ

ସ୍ନାନ ସାରିଣ ଯମୁନା କୂଳେ

ରାସ ରଚଇ ସଖୀଙ୍କ ମେଳେ

ସ୍ୱର୍ଗ ପ୍ରପାତ କହ୍ନେଇ କୋଳେ





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract