ରାଧା ପ୍ରେମକୁ କିଏ ବା ସରୀ
ରାଧା ପ୍ରେମକୁ କିଏ ବା ସରୀ
ଶାଶ୍ୱତ ପ୍ରେମେ ନଥାଏ ଭୟ
ରାଧା ପୀରତି ଅମୁଲ୍ୟ ପ୍ରାୟ
ଶ୍ରୀ କୃଷ୍ଣ ପ୍ରୀତି ମଧୁରମୟ
ପ୍ରେମର ସଂଜ୍ଞା ଅବର୍ଣ୍ଣନୀୟ
ସେ ବୃଷଭାନୁ ରାଜକୁମାରୀ
ତନୁକୁ ତାର କରିଛି ଚୋରି
ନିତି ଝୁରଇ ମୁରଲୀ ଧାରି
ରାଧା ପ୍ରେମକୁ କିଏବା ସରୀ
କହ୍ନେଇ ପୁଣି କରିଛି ଗୁଣି
ଆକୁଳ ହୁଏ ମୁରଲୀ ଶୁଣି
କଦମ୍ବ ମୂଳ ନଉଛି ଟାଣି
ପ୍ରୀତିକୁ ଝୁରେ ରାଧିକା ରାଣୀ
ସଂସାର ଛାଡି ଝୁରେ ଆକୁଳେ
ସ୍ନାନ ସାରିଣ ଯମୁନା କୂଳେ
ରାସ ରଚଇ ସଖୀଙ୍କ ମେଳେ
ସ୍ୱର୍ଗ ପ୍ରପାତ କହ୍ନେଇ କୋଳେ
