Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MADHUSMITA SWAIN

Romance

4.3  

MADHUSMITA SWAIN

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
263


ପହିଲି ଚିଠିରେ ଆପଣର କରି

ଆଖିରେ ଦେଲ ମୋ ସୁନେଲି ସପନ

ଏଇ ମନେ ବୁଣିଲ ପ୍ରେମର ବୀଜ

ବନ୍ଦି କଲ ତନୁମନ ଚିରଦିନ ।


ପହିଲି ଦେଖାର ପ୍ରଥମ ପରସ

କିମିଆ କରିଛି ନୀତି ମୁଁ ଝୁରୁଛି

ଶହେ ଜନମ କୁ ବନ୍ଧନ ବାନ୍ଧିବି

ପାଞ୍ଚି ପାଞ୍ଚି ମୁଁ ଯେ ସିଦ୍ଧାନ୍ତ ନେଇଛି ।


ଗୋଲାପି ଓଠ ରେ ଲାଜ ଭରା ହସ

ଶିହରଣ ଭରା ତୁମ ଆଖି ଠାଣି

ସତେକି ଫଗୁଣ ଭରିଲାକି ଫଗୁ

ଇନ୍ଦ୍ରଧନୁ କିବା ରଙ୍ଗ ଦେଲା ବୁଣି ।


ଲାଗେ ତୁମେ ସତେ ଅଫେରା ଅତିଥି

ପ୍ରଥମ ଦେଖାର ସେଇ ଅନୁଭୂତି

ଏଇ ମନ ଆଖି ଖୋଜେ ଦିନ ରାତି

ଗୁଞ୍ଜରିତ କରେ ମଧୁଯୁକ୍ତ ପ୍ରୀତି ।


ପ୍ରୀତିର ଝରଣା ଝରଝର ବହେ

କୂଳୁ କୂଳୁ ଶବ୍ଦ ହୃଦୟ ପୃଷ୍ଟରେ

ତବ ସ୍ପର୍ଶ ପାଇ ପ୍ରୀତିର ରଙ୍ଗୋଲି

ଆଙ୍କି ହେଲା ସାଥି ମନ ଓ ଦେହରେ ।


ଓଠର କଥା ତ ଇସାରା ଆଖିରେ

ମନର କଥା ମୋ ହୃଦୟ କାନ୍ଥରେ

ଅଲିଭ ତୁଳିରେ ଆଙ୍କିଦେଲ ସାଥି

କି ପ୍ରୟୋଜନ ସେ ଓଠ ଖୋଲିବାରେ ।


ବସନ୍ତ ମଳୟ କୁହୁକୁହୁ ସ୍ଵନ

ଫଗୁଣ ଆଗତେ ମଲ୍ଲlର ସଜାଇ

ଧରଣୀ କରେ ନବବର୍ଷ ସ୍ୱାଗତ

ସେପରି ତୁମେ ମୋ ପ୍ରାରମ୍ଭର ପଥ ।



Rate this content
Log in

Similar oriya poem from Romance