STORYMIRROR

MADHUSMITA SWAIN

Abstract

2  

MADHUSMITA SWAIN

Abstract

ସାଥି ତୁମ କଥା

ସାଥି ତୁମ କଥା

1 min
150

ଭିଜା ଭିଜା ଏଇ କାକରର ରାତି

ତୁମ କଥା କାହିଁ ମନେ ପଡେ ସାଥି


ଶିଶିର ବିନ୍ଦୁ ଏ ଝୁରା ଫୁଲ ସାଜେ

ମୋ ଆଖି ଅଶ୍ରୁରେ ଲୋମପତା ଭିଜେ


ଗଗନେ ଏ ଶଶୀ ଧିମା ଧିମା ହସି

ଆଂକେ ତୁମ ଛବି ମନେ ମୋର ବସି


ଶେଫାଳି ବାସରେ ଶିହରଣ ଆସେ

ଅନୁଭବ ଆସେ ତୁମେ ଅଛ ପାଶେ


ଶୀତୁଆ ରାତିରେ ଶୀତଳ କିରଣ

ଘାରୁ ଥାଏ ନିତି ସେ ପ୍ରୀତି ପରାଣ


ଡେଣା ଝାଡ଼ି ଝାଡ଼ି ଉଡି ଯିବା ପାଇଁ

ମୁକ୍ତ ଆକାଶର ମୁକ୍ତ ପକ୍ଷୀ ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract