STORYMIRROR

MADHUSMITA SWAIN

Romance

3  

MADHUSMITA SWAIN

Romance

ପ୍ରେମର ମହକ Madhusmita

ପ୍ରେମର ମହକ Madhusmita

1 min
238

ପ୍ରେମ ଭରିଦିଏ ମନେ ମହକ

ନିତି ଝୁରୁଥାଏ ଆଖି ପଲକ

ପ୍ରେମେ ରହିଅଛି କେଉଁ କୁହୁକ

ବାସ ଛୁଟିଯାଏ ସାରା ପୁଲକ


ସୌନ୍ଦର୍ଯ୍ୟ ସମ୍ପଦ ସଜାଇ ଚିତେ

ଅଦୃଶ୍ୟ ମଳୟ ଛୁଇଁଛି ମତେ

ନିରବେ ଅନ୍ତର ଝୁରୁଛି କେତେ

ସାକାର ହୋଇବ ମୋ ପ୍ରେମ ସତେ


ନବୀନ କିରଣ ପ୍ରୀତି ଯତନେ

କୁସୁମ ସଜାଇ ମୋ ହୃଦ ବନେ

ନିର୍ମଳ ପ୍ରୀତି ଏ ଦେଖି ନୟନେ

ସୁଶୋଭିତ ସ୍ଥାନ ଦେଇଛ ମନେ


ଯୌବନର ଛବି ଶୋଭଇ ମୁଖେ

ପ୍ରେମ ଉପବନୁ ଥାଇ ମୁଁ ଦେଖେ

ତନୁର ଗାଲିଚା କାହାଣୀ ଲେଖେ

ନିଅତି ଉପରେ ଭରଷା ରଖେ


ଏ ପ୍ରାଣ ତୃପତି ମନର ଭାଷା

ହୃଦୟେ ଆଙ୍କିଛି ଅନେକ ଆସା

ଅନ୍ତରେ ସଜାଇ ଦୃଢ ଭରଷା

ସାଥି ତବ ପ୍ରୀତି ଭରେ ପିପାସା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance