STORYMIRROR

MADHUSMITA SWAIN

Abstract

2  

MADHUSMITA SWAIN

Abstract

କବିତା ରେ ଲେଖା କାହାଣୀ

କବିତା ରେ ଲେଖା କାହାଣୀ

1 min
101

ସୂରୁଜ ଉଇଁଲେ ପଙ୍କଜ ପୁଲକେ

ହସେ ନୀଳ ଦରିଆ ପାହାଡ ବନ

ଧରା ସ୍ପର୍ଶ କରେ ସୁନେଲି କିରଣ

ଉଲ୍ଲାସ ଭରେ ସଭିଙ୍କ ପ୍ରାଣ ମନ


ଶୂନ୍ୟ ହୃଦୟର କୋଠରୀ ଭିତରେ

ପ୍ରେମରଙ୍ଗ ଲିପି କଲମେ ଆଙ୍କିଲ

ପ୍ରୀତି ଭରା ଅଲିଭା ଅକୁହା ଚିହ୍ନ

ସେବେ ଠୁରୁ ବୁଝିଲି ପ୍ରେମର ମୂଲ୍ୟ


ତୁ ଯେବେ ମନ ତଳେ କରିଲୁ ଘର

ବନ, ଗିରି, ଲତା, ପାହାଡ, ଦରିଆ

ସବୁଠି ଏ ମନ ଖୋଜିଲା ତୋ ଛୁଆଁ

ଏଠି ସେଠି ବୁଲି ହେଲା ଯାଯାବର


ସେଦିନୁ ଖୋଲିଲି ମନର ଡ଼ାଇରୀ

ହୃଦୟ କଲମେ ନିଶ୍ୱାସ ଯୋଗାଡି

ମନର କାନ୍ଥରେ ଲେଖୁଛି କବିତା

ନିରବଛିରନେ ମୁଁ ଧାଡ଼ିକି ଧାଡି


ଘନନୀଳ ଆକାଶରେ ତାରା ମେଳେ

ଚିକିମିକି ଶୋଭା ପାଏ ଜହ୍ନ ଭାରି

ତୁମ ଶୋଭା ପାଇଁ ମନେ ମୋର ଖଞ୍ଜା

ଚୁନିଚୁନି ସରସ ଦୁର୍ଗମ ଗିରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract