STORYMIRROR

MADHUSMITA SWAIN

Romance

2  

MADHUSMITA SWAIN

Romance

ପ୍ରେମ ଏକ ଯୁଧ୍ୟକ୍ଷେତ୍ର

ପ୍ରେମ ଏକ ଯୁଧ୍ୟକ୍ଷେତ୍ର

1 min
3.3K

ସପନେ ସପନେ ପ୍ରୀତିର ସହରେ

ପ୍ରେମର ନିଆରା ବାସ

ରାଜନୀ ପାହିଲେ ରବି ପ୍ରକାଶଇ

ବିଛାଇ ଚିର ହରସ

ମରୀଚିକା ପଛେ ଧାଉଁ ଥିଲି କାହିଁ

ପ୍ରେମ ନିର ଟିକେ ପାଇଁ

ଏବେ ମୁଁ ବୁଝିଲି ପ୍ରେମ ନୁହେଁ ସେତ

ଏ ଖେଳ ଥିଲା ତା ପାଇଁ

ପ୍ରେମ ଲାଳସାରେ ଭିଜି ଭିଜି ମନ

ପାସୋରି ମମତା ସ୍ନେହ

ବାପା ମାଆ ଙ୍କର ଉପଦେଶ ଭୁଲି

ଝୁରୁଛୁ ପ୍ରେମର ମୋହ

ଅବୁଝା ହୃଦୟ କାହିଁକି ଝୁରୁଛୁ

ପ୍ରତାରଣା ପ୍ରେମ ପାଇଁ

ଛଳନା ଧୋକାର ଲୁଚକାଳି ଖେଳୁ

ପ୍ରେମ କୁ ପାଇବା ପାଇଁ

ମନୁ ନ ପାସୋରି ଜନମ ଉଦେଶ୍ୟ

ପିତା,ମାତା,ଭାତୃ ତ୍ୟାଗ

ତରୁଣ ତରୁଣୀ ଜନ୍ମଦାତା ଲାଗି

ପ୍ରାଣ କର ଉସଚଗ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance