ରାଧା ବିନା ଅଧା
ରାଧା ବିନା ଅଧା
କୁହ କୁହ ରାଇ ତୋ ପ୍ରେମରେ ବାଇ
ହୋଇଯାଏ କାହିଁ କହ୍ନେଇ
କରିଛୁ କି ମନ୍ତ୍ର କିବା ବସିଭୁତ
ତନ୍ତ୍ର ରେ ଦେଇଛୁ ଭୁଲାଇ,,
ରାଧା ରାଧା ବୋଲି ନିତି”,
ରାତି ଦିନ ତାରେ ନିଦ ଲାଗେ ନାହିଁ
କି ମୋହିନୀ କଲୁ ଏମିତି , ତାରେ ରାତି ଦିନ ନିଦନାହିଁ
କୁହ କୁହ ରାଇ ତୋ ପ୍ରେମ ରେ ବାଇ… ।।
ବଇଁଶୀ ର ଶୂରେ ତୋର ନାମ ଝରେ
ତୋ ପାଇଁ କଦମ୍ବ ମୂଳରେ
ଚାହିଁ ରହିଥାଏ କବ ଯେହ୍ନେ ଧ୍ୟାନେ
ମୀନ ଆଶେ ଜଳ ଭିତରେ,,
ତୋ ନାମେ ଗୋପରେ ବାଜଣା”,
ଅପବାଦ ବାଜା ବାଜୁଅଛି ପରା
ଶାଶୁ ନଣନ୍ଦଙ୍କ ବୋଲଣା, କି ମନ୍ତ୍ରେ ନେଇଛୁ ଭୁଲାଇ
କୁହ କୁହ ରାଇ ତୋ ପ୍ରେମ ରେ ବାଇ… ।।
ମଧୁବନ ଲତା କୁଞ୍ଜେ ଘନଶ୍ୟାମ
ରଚଇ ବସନ୍ତ ବିଳାଶ
ସେ କୁଞ୍ଜ ବିହାରୀ (ତୁ) ଚନ୍ଦ୍ରଶେଣା “ନାରୀ
କେମନ୍ତେ ହେଲା ତୋ ସାହସ,,
ଜମୁନା ଜଳରେ ତାସଙ୍ଗରେ କେଳୀ”,
କେମିତି କହ ତୁ ବୃଷଭାନୁ ଜେମା
ତାପାଇଁ ତୁ କିଆଁ ପାଗଳୀ, ସତେ ନୈସର୍ଗିକ ପ୍ରେମଏହି
କୁହ କୁହ ରାଇ ତୋ ପ୍ରେମ ରେ ବାଇ… ।।
ରାଧା ବିନା କୃଷ୍ଣ ଅଧା ବୋଲି ରାଧା
କଳା ମେଘ ସଙ୍ଗେ ବିଜୁଳି
ତେମନ୍ତ ଝଟକେ ଯୁଗଳ ମୂରତି
କେହି ନଦିଶନ୍ତ ସେପରି,,
ଯୁଗଳ ଚରଣ ଧ୍ୟାୟୀ ଗୀତେ କବି”,
ଅଳିକରେ ରାଧା କୃଷ୍ଣ ଦରବାରେ
ଦୁଃଖ ଧୋଇନିଅ ମାଧୋଇ,
ୟେ ଅପ୍ରମିତ ଦୁଃଖୁ କହ୍ନେଇ ।।

