ପୂର୍ଣ୍ଣମୀ ଜହ୍ନ
ପୂର୍ଣ୍ଣମୀ ଜହ୍ନ
ସତେ କି ସୁନ୍ଦର ପୂର୍ଣ୍ଣମୀର ଜହ୍ନ
ଆକାଶରେ ବିଦ୍ୟମାନ
ସୁନେଲି ଆଲୋକରେ ପ୍ରତିଫଳିତ
ଧରା ବକ୍ଷେ ସେ ବିସ୍ତୀର୍ଣ୍ଣ ।
ତରୁ ପଲ୍ଲବରେ ପଡି ସେ କିରଣ
ମୁକ୍ତା ସମ ଝଲମଲ
ରୂପେ ଅପରୂପ ଅନିନ୍ଦ୍ୟ ସୁନ୍ଦରୀ
ଜହ୍ନ ରାଇଜରେ ଘର ।
କୁମୁଦିନୀ ରାଣୀ ଆକଣ୍ଠ ଗ୍ରାସୁଚି
ପୀରତିର ସୁଧା ପାନ
ରବି କିରଣରେ ଝାଉଁଳି ଯାଏ ସେ
ପ୍ରତୀକ୍ଷାରେ ତାର ମନ ।
ଜଳ ରାଶି ପରେ ପଡି ସେ ଅମୃତ
ସାତ ରଙ୍ଗର ବର୍ଣ୍ଣାଳୀ
ଝଲସୁ ଥାଏ ସେ ନୀଳ ଜଳ ରାଶି
ସୌନ୍ଦର୍ଯ୍ୟରେ ବିଭାବରୀ ।
ଧୂସର ଚଟାଣେ ବିସ୍ତୀର୍ଣ୍ଣ ଚାଦର
ମେଲାଇ ଦେଇଛି ଚାନ୍ଦ
ସୁନେଲି ରଙ୍ଗରେ ସର୍ବେ ଆତଯାତ
ତା ବକ୍ଷରେ କ୍ରୀଡ଼ା ରତ ।
ପ୍ରାଚୀନଭ କୁଳେ ଉଏଁ କୁଆଁ ତାରା
ଲୁଚି ଯାଏ ଚାନ୍ଦ ଜେମା
କେଉଁ ରାଇଜର ଅନିନ୍ଦ୍ୟ ସୁନ୍ଦରୀ
ରୂପ ରଙ୍ଗେ ନିରୁପମା ।।