STORYMIRROR

Sadananda Sahoo

Inspirational

3  

Sadananda Sahoo

Inspirational

ପୂଜ୍ଜ୍ଯସ୍ପଦ ପିତୃଦେବ

ପୂଜ୍ଜ୍ଯସ୍ପଦ ପିତୃଦେବ

1 min
246


ଆହେ ପୂଜ୍ଜ୍ଯସ୍ପଦ ପିତୃ ସର୍ବଶ୍ରେଷ୍ଠ 

    ଆଦର୍ଶ ପୁରୁଷ ରାଜା 

ମହାନ ବ୍ୟକ୍ତିତ୍ଵ ସର୍ବକାଳ ମିତ୍ର 

   ସମର୍ପଣେ ଉଡେ ଧ୍ୱଜା !!


 ପିଲା ପରିବାର ସୁଖର ସଂସାର 

   ତବ ଆଶିର୍ବାଦ ଛବି 

ଲୁହଲହୁ ଢାଳି  ଅନ୍ନଦିଅ ଆଣି 

    ଦୁଃଖସୁଖ  ଅନୁଭବି    !!


 ସାବକ ସନ୍ତକ ତବ କୃତି ସତ 

    ହୃଦୟ ପରାଣ ମିତ ; ; 

ସ୍ଵହସ୍ତେ ଗଢିଛ ସୁରମ୍ୟ ଆବାସ  

    କୁଶଳୀ ସଂସାରି ବିତ୍ତ !!


ସଂଘର୍ଷର ସାଥୀ  ଭାସେ ତବଛବି 

     ନାହିଁ ତବ ସୁଖ ଭୋଗ

ରାତିଦିନ ଖଟି   ଯାଅନାହିଁ ଥକି 

    ସ୍ନେହଁ ପ୍ରେମେ ଅନୁରାଗ ! ! 

         

 ତବ ଆଶିର୍ବାଦ ଜଗତରେ ଶ୍ରେଷ୍ଠ 

    ଶୁଭଫଳ  ମହାଭିକ୍ଷା ;

ସ୍ଵର୍ଗାଦପୀ ତୁମେ ଗରିୟସୀ ବୋଲି 

   ମହାଶାସ୍ତ୍ରେ ଅଛି ଲେଖା !! 


ମାଅାଙ୍କ ମଥାର  ସୁହାଗ ସିନ୍ଦୁର 

   ତୁମରି  ସ୍ଵିକୃତ ଦାନ  

ପବିତ୍ର ସମ୍ପର୍କ ବୈଦିକ ରୀତିର 

   ବିମୋହିତ ମାଅା ମନ !! 


ଭାବ ବନ୍ଧନର ଅତୁଟ ସମ୍ପର୍କ 

   ପିତୃଦେବ ପ୍ରୀତିଧାର ;

ସ୍ଵର୍ଣ୍ଣିମ ସଂସାର ହସେ ନିରନ୍ତର 

   ଝରାଇ ଅମୃତ ନୀର !!


ଧର୍ମକର୍ମେ ଶ୍ରେଷ୍ଠ ପିତୃ ପରମଂବ୍ରହ୍ମ 

   ବିଶାଳ ହୃଦୟ ସ୍ୱର୍ଗ

ଦାନ ପ୍ରତିଦାନେ ଜୀବନଟା ବିତେ 

   ଦୁର୍ଗମ ନୁହଁଇ ଦୁର୍ଗ !!


ସୃଷ୍ଟିରେ ବିରଳ  ସମୃଦ୍ଧିର ଚିତ୍ର 

   ଆଦର୍ଶର ବାର୍ତ୍ତା ବହ

ବତୀଶିଖା ପରି ନିଜେ ଜଳିଜଳି 

    ତମସା କରନ୍ତି ଦୂର  !!


କୋଟି ପ୍ରଣିପାତ ଆହେ ପିତୃ ଦେବ 

    ସ୍ନେହଁମୟ  ଦୟାବାନ 

 ଚିର ପୂଜନୀୟ ସାକ୍ଷାତ ଈଶ୍ଵର 

     ତବପାଦ ପଦ୍ମେ ମନ !!


ମୁଁ ଅଧମ କବି ଲେଖିଛିତ ଭାବି 

   ପିତାଙ୍କ ବୃତ୍ତାନ୍ତ ଛବି , 

ଲେଖନୀରେ ଗାଥା ହୋଇଥିଲେ ଊଣା 

    ପୁନଶ୍ଚ ଆଙ୍କିବି ଭାବି  ! ! 

    


Rate this content
Log in

Similar oriya poem from Inspirational