STORYMIRROR

Satyanarayan Sahoo

Romance Classics Children

4  

Satyanarayan Sahoo

Romance Classics Children

ପୂଜା ଫୁଲ

ପୂଜା ଫୁଲ

2 mins
255


ପୂଜା ହେବା ବେଳେ ପୂଜା ଫୁଲ ଟିଏ

କହିଲା ଠାକୁର ପାଖେ

କାହିଁ ପାଇଁ ପ୍ରଭୁ ଏତେ ହୀନିମାନ

କରୁ ଅଛ ନିତି ମୋତେ ?

ଫୁଲ ବଗିଚା ରେ ପ୍ରକୃତି କୋଳ ରେ

ରହି ଥିଲି ଯେତେ ବେଳେ

ପରମ ଶାନ୍ତି ଓ ସନ୍ତୋଷ ଆନନ୍ଦ

ଭରି ଥିଲା ମୋ ଅନ୍ତରେ ।

ମହୁ ମାଛି , ଅଳି , ଭ୍ରମର , ପତଙ୍ଗ

ମେଳେ ମନ ମଉଜ ରେ

ରହି ଥିଲି ମୁଁହି ଫୁଲ ଗଛ ଡାଳେ

ଚିର ସନ୍ତୋଷ ଚିତ୍ତ ରେ ।

ସୁଗନ୍ଧ ବିଛାଡି ବିତରୁ ଥିଲି ମୁଁ

ପ୍ରତି କ୍ଷଣ ପ୍ରତି ପ୍ରାଣେ 

ବୁଣେ ରସ ମୟ ଭାବ ର ମାଧୂର୍ଯ୍ୟ

ପରି ବେଶ ସଂରକ୍ଷଣେ ।

ସ୍ନିଗ୍ଧ ସୁୁଶୀତଳ ମଧୁର ମହେକ

ମୂର୍ଚ୍ଛନା ତୋଳି ପ୍ରୀତି ର

ସ୍ରୋତ ପ୍ରବାହିତ କରି ପ୍ରଶମିତ 

ଦୁଃଖ, ଦୈନ୍ୟ ଦାହ ଭାର ।

କରୁ ଥିଲି ମୁଁ ହିଁ  ତରୁ ଲତା ଡାଳେ

ଆକର୍ଷି ସବୁରି ମନ

 ସ୍ନିଗ୍ଧ କମନୀୟ ଅପରୂପା ବେଶ 

କାନ୍ତି ରେ ଦିଶି ସୁରମ୍ୟ ।

ମନଲୋଭା ଦିବ୍ୟ ସୁଷମା ପ୍ରବାହ

 ଚେତନା ରେ ନବ ଭାବ

ସଂଚାରୁ ଥିଲି ମୁଁ ଖୁସିରେ ବିଭୋର

 ଦର୍ଶକ ଚିତ୍ତ ବିମୁଗ୍ଧ ।

କରି ରହି ଥିଲି ହସି ଖିଲି ଖିଲି

 କବିଙ୍କୁ ଦିଏ ପ୍ରେରଣା 

ପ୍ରକୃତି ର ଚାରୁ ମଧୁର ମୂର୍ଚ୍ଛନା

ତୋଳି ଛନ୍ଦ ବୀଣା ଜିଣା ।

ସମୀର ହିଲ୍ଲୋଳେ ତାଳେ ତାଳେ ତୋଳେ

 ତୁଳନା ହୀନ ସୁଷମା

ଲହରୀ ଖେଳାଇ ଗନ୍ଧ ଚହଟାଇ

ହରୁ ଥିଲି ମୁଁ ଚେତନା ।

 ଉଡ଼ି ଉଡ଼ି ଆସି ବସୁ ଥିଲେ କେତେ

ଟିକି ଜୀବ ମୋ ଉପରେ

ନାନା ବିଦ୍ଧ ଗୀତ ଗାଇ ଅବିରତ

ଡେଇଁ ଡେଇଁ କି ଖୁସି ରେ ।

ହରଷେ ସରାଗେ ରସ ଆହରଣେ

ରତ ରହି ଥାନ୍ତି ସର୍ବେ 

ଗଛୁ କାହିଁ ପାଇଁ ତୋଳି ଆଣି ମୋତେ

ଲଗାଉଛ ଏହି ଠାବେ ।

ଲାଗୁ ଥିଲା କେତେ ଖୁସି ମୋ ମନ ରେ

 ଉନ୍ମାଦନା ଭରା ପ୍ରାଣ 

ତୋଳି ଆଣିଥିବା ଫୁଲ କୁ କି ପାଇଁ 

ସେବା ରେ ଭକ୍ତ ଅର୍ପଣ ।

କରି ଆହେ ପ୍ରଭୁ ଦେଉ ଅଛି  ମୋତେ

ନିଦାରୁଣ ଏ କଷଣ

ପୂଜା ପାଇଁ ସର୍ବେ ବ୍ଯବହାର କରି

କରୁ ଛନ୍ତି ହୀନିମାନ ।

ପୂଜା ଫୁଲ ଟିର କଥା ଶୁଣି ପ୍ରଭୁ 

କହିଲେ ତାକୁ ଆଶ୍ଵlସୀ

ବ୍ଯବହାର ପାଇଁ ବିଧି ଦିବାନିଶି 

ଗଢ଼ୁ ଛନ୍ତି ଦ୍ରବ୍ୟ ରାଶି ।

ପ୍ରତ୍ୟେକ ଙ୍କ ପାଇଁ ବିଭିନ୍ନ ପ୍ରକାର

ବିଧାନେ ଅଛନ୍ତି ବାଣ୍ଟି

ବିଧି ବ୍ୟବସ୍ଥା କୁ ମାନି କି ଚାଲିଲେ

ଲଭନ୍ତି ସଭିଏଁ ଶାନ୍ତି ।

ଶେଫାଳି କୁସୁମ ବିଞ୍ଚି ଅନୁପମ

ଦିବ୍ୟ ଗନ୍ଧେ ସୁବାସିତ 

କରେ ସିନା ରାତ୍ରୀ କାଳରେ ଝାଉଁଳି

ପଡେ ସେ ହେଲେ ପ୍ରଭାତ ।

ଭାଗ୍ୟ କୁ ଆଦରି ସଭିଏଁ ନିଜର

କାର୍ଯ୍ୟେ ଥାନ୍ତି ନିତି ରତ

ଭାଗ୍ୟ ଭଗବାନ ଆଦିର ବ୍ୟବସ୍ଥା

କରେ ସୁଖ ଶାନ୍ତି ହତ ।।


Rate this content
Log in

Similar oriya poem from Romance