STORYMIRROR

Sachidananda Kar

Thriller Others

3  

Sachidananda Kar

Thriller Others

ପୂଜା ନିଅ ହେ

ପୂଜା ନିଅ ହେ

1 min
127

ଆସେ ଯିଏ ଆଜି

      ଚାଲିଯାଏ ସିଏ କାଲି

ବରଷାଟା ଆସି

      ସେଲାଗି ଯାଇଛି ଚାଲି

      ଏଇ ବେଳରେ

ଶରତ ଆସିଛି ଦୁଇ ମାସ ପାଇଁ

       ରହିବ ଆମରି ମେଳରେ ।।


ଭାଦର ଅଶିଣ 

      ପରି ସତେ କିଏ କାହିଁ

ପାଣି କାଦୁଅର

      ପଚର ପଚର ନାହିଁ

      ଖୁସି ଜାଗେରେ

ପଠା ବେଣାପାଟ ଯୁଆଡେ ଚାହିଁଲେ

      ସବୁ ତ ସୁନ୍ଦର ଲାଗେରେ ।।


ଏ ପରା ଧରାକୁ

      ମାଆ ଆସିବାର ବେଳ

ସାହି ଭାଇ ସବୁ

      ସେଲାଗି ହେଲେଣି ମେଳ

      ଧରା ଧାମରେ

କାରିଗର ପୁଅ ଲାଗିଅଛି ମାଆ

       ମୂରତି ଗଢିବା କାମରେ ।।


ସଜେଇ ହେଲାଣି

       ପୂଜା ମଣ୍ଡପଟା ଏବେ

ଆଗରୁ ଯେମିତି

       ନ ଥିଲା ସେମିତି କେବେ

       ମନ ନିଏରେ

ବରଷକ ପରେ ମାଆ ଆସୁଛନ୍ତି

       ଛୋଟ କଥା ନୁହେଁ ଇଏରେ ।।


କରୁଣାମୟୀ ଗୋ

       ବେଗେ ଅବତରି ଆସ

ତୁମ ଆଗମନେ

       ଚହଟୁ କୁସୁମ ବାସ

       ପୂଜା ନିଅହେ

ଶହେଟି ଶରତ ଜୀଇ ରହିଥିବୁ

       ଆଶିଷ ଅଜାଡି ଦିଅହେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller