STORYMIRROR

Basanti Pattnaik

Classics Inspirational

3  

Basanti Pattnaik

Classics Inspirational

ପୁସ୍ତକ

ପୁସ୍ତକ

1 min
175

ଜ୍ଞାନର ଭଣ୍ଡାର ଏହି ପୁସ୍ତକ

ରସ,ଛନ୍ଦ, ଶବ୍ଦ ଭାବର ଅନନ୍ୟ

ଜ୍ଞାନୀ, ମୁନି, ଋଷି ଗୁଣି ଙ୍କ ଆଦର

ସର୍ବ ରସର ଏହି ତ ଭଣ୍ଡାର

ପୁସ୍ତକ ଅଟ‌ଇ ସବୁରି ପ୍ରେରଣା

ବିଶ୍ଵ କୁ ଦେଖାଏ ନୂତନ ଦିଶା

ପୁସ୍ତକ ତ ସରସ୍ବତୀଙ୍କ ରଚନା

ସର୍ବ ଙ୍କର ଅଟେ ପୂଜା ବନ୍ଦନା

ପୁସ୍ତକ ଅଟ‌ଇ ଆଲୋକ ମାଳା

ଦୂର କର‌ଇ ଅନ୍ଧକାର କଳା

ମନୁଷ୍ୟ ଜୀବନେ ଦୀପ ଜଳାଏ

ଜୀବ କୁ ବିବେକ ଏହି ଦେଖାଏ

ପୁସ୍ତକ, ଅଜ୍ଞାନ ଦୂର କର‌ଇ

ଜୀବ କୁ ଜ୍ଞାନ ସିଏ ଦିଅ‌ଇ

ପୁସ୍ତକ ବିନା ଜ୍ଞାନ ଅସାର

ଜୀବନେ ଭରିବ ଅମା ଅନ୍ଧକାର

ପୁସ୍ତକ ଢାଳ‌ଇ ଉଜ୍ବଳ କୀରଣ

ଜୀବନ କୁ କରେ ନବୀକରଣ

ପୁସ୍ତକ ଅଟ‌ଇ ମାତୃଶକ୍ତି ସ୍ବରୂପ

ଜୀବକୁ ଦେଖାଏ ଦିବ୍ୟ ଆଲୋକ

ପୁସ୍ତକ ବିନା ବିଶ୍ବ ଅନ୍ଧକାର

ମନୁଷ୍ୟ ଅନ୍ଧସମ ସବୁ ନାରଖାର

ପୁସ୍ତକ ବାଣ୍ଟ‌ଇ ଅସୀମ ଜ୍ଞାନ

ଧନ୍ୟ ହୋଇଥାଏ ଜୀବ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics