STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ପୁସ୍ତକ

ପୁସ୍ତକ

1 min
11.5K

ପୁସ୍ତକ ଗୋ ତୁମେ ପ୍ରିୟ ବନ୍ଧୁ ମୋର

           ଜ୍ଞାନ ସମୁଦ୍ରରେ ପୋତ,

ମନ ଜ୍ଞାନ ଦେଶୁ ଲେଖନୀ ମୁନରେ

           ହୁଅ ତୁମେ ପ୍ରକାଶିତ।।

ଅଜ୍ଞାନ ଅନ୍ଧାର ହଟିଯାଏ ମନୁ

           ପାଇଲେ ତୁମରି ସ୍ପର୍ଶ,

କେତେ ଦିବ୍ୟ ଗ୍ରନ୍ଥ କବିତା ପ୍ରବନ୍ଧ

          ପୋଥି ପୁରାଣ ବିଶେଷ ।।

ଅଣୁ ଆଣବିକ ସବୁଠି ରାଜୁତି 

            ତୁମରି ସୁନ୍ଦର ରୂପ,

ଭଜନ,ଜଣାଣ,ଗଣିତ,ବିଜ୍ଞାନ

           ଜ୍ୟୋତିଃ ଶାସ୍ତ୍ରାଦି ଅମାପ।।

କେତେ ଦିବ୍ୟ ଜ୍ଞାନ ଲିପିବଦ୍ଧ କରି

            ରଖିଛ ତୁମ କୋଳରେ,

ରୋମାଂଜିତ ହୁଏ ମଣିଷ ସମାଜ

            ଗଳ୍ପ , ନୃତ୍ୟ , ନାଟକରେ ।।

କେତେ ଶିଶୁଙ୍କର ସୁନେଲି ଭବିଷ୍ୟ

             ଗଢି ଦେଉଅଛ ଆପେ,

ଠାକୁର ଘରରେ ପୂଜାପାଉଥାଅ

            ତୁମେ ଭଗବାନ ରୂପେ ।।

ତୁମ ଯାତ୍ରା ପଥ ତାଳପତ୍ର ଠାରୁ

             ଇଣ୍ଟରନେଟର ଯାଏଁ,

ଭିନ୍ନ ଭିନ୍ନ ଦେଶେ ଭିନ୍ନ ଭିନ୍ନ ବେଶେ

            କଳେବର ଶୋଭା ପାଏ ।।

ସରସ୍ୱତୀ ମାତା ହସ୍ତରେ ଧରିଣ

            ମାନ ତୁମ ବଢାଇଲେ,

ବ୍ୟାସଦେବ ନିଜେ ସମସ୍ତପୁରାଣ

            ତୁମ୍ଭ ରୂପେ ପ୍ରକାଶିଲେ।।

ଯେତେଦିନ ତୁମେ ରହିଥିବ ବନ୍ଧୁ

            ବାଣ୍ଟୁ ଥାଅ ଦିବ୍ୟ ଜ୍ଞାନ,

ତୁମ୍ଭ ସଉରଭ ହେଉ ବିଛୁରିତ

            ହସୁ ଏ ବିଶ୍ୱ ଭୁବନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract