STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ପୁସ୍ତକ

ପୁସ୍ତକ

1 min
226


କେଇଟି ଫର୍ଦ୍ଦର ବନ୍ଧେଇ ପୃଷ୍ଠାରେ

ଜ୍ଞାନର ଅସୀମ ଚିତ୍ରଲେଖା,

ପ୍ରସାରିତ କରେ ମୁଗ୍ଧ ଦୃଷ୍ଟିକୋଣ

ସାଜି ଅତି ଅନ୍ତରଙ୍ଗ ସଖା।


ଯେତେ ସବୁ ଦ୍ଵନ୍ଦ କରେ ସମାଧାନ

ଉତ୍ତର ଦେଇ ସେ ଅନାୟାସେ,

ସନ୍ଦେହୀ ପଥିକ ଖୋଜି ପାଇଯାଏ

ଠିକଣା ତା ଯେଉଁ ଯାତ୍ରା ଶେଷେ। 


ବତାଇ ଦିଏ ସେ ଅଜ୍ଞ ହୃଦୟକୁ

ହରିନିଏ ଯେତେ ଜଟିଳତା,

trong>ଭରେ ଜୀବନରେ ଅର୍ଥପୂର୍ଣ୍ଣ ଆଶା

ଭାଙ୍ଗିଦିଏ ସବୁ ଅସମତା। 


କାହିଁ କେଉଁ ଦୂର ଅତୀତ ଗର୍ଭରେ

ଲୁକ୍କାୟିତ ଅସଂଖ୍ୟ କାହାଣୀ,

ଖୋଲିଦିଏ ଯେତେ ବିସ୍ମୃତ ରହସ୍ୟ

ଗୋଟି ଗୋଟି ସମସ୍ତ ବଖାଣି। 


ପିଢ଼ି ପରେ ପିଢ଼ି ସଂସ୍କାରର ବୀଜ

ବାହିନିଏ ତାର ପୃଷ୍ଠା ପରେ,

ଜ୍ଞାନ ବୃକ୍ଷ ଧୀରେ ହୁଏ ପଲ୍ଲବିତ

ପଠନ ଓ ଅନୁଶୀଳନରେ। 


Rate this content
Log in

Similar oriya poem from Abstract