Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Children

3  

Durjyodhan Barik

Children

ପୁଷି ମାଉସୀ ଓ ବିଲେଇ ମଉସା

ପୁଷି ମାଉସୀ ଓ ବିଲେଇ ମଉସା

1 min
291



ପୁଷି ମାଉସୀ ମୋ ପୁଷି ମାଉସୀ

ଚକୁଳି କରିଲା ପିଣ୍ଡାରେ ବସି

ବିଲେଇ ମଉସା ଆସିଲା ଧାଇଁ

ସବୁ ଚକୁଳିକୁ ଦେଲା ସେ ଖାଇ ।


ମଉସା ମାଉସୀ ଝଗଡ଼ା ହେଲା

କେମିତି ତୁଟିଲା ଶୁଣରେ ପିଲା ।

ମଉସା କହିଲା ସଭା କରିବା

ଆମ ଘରେ ପରା ଏତିକି ଜାଗା ।


କୁକୁର ଭାଇନା ଧାଇଁ ଆସିଲା

ଚିନ୍ତା କରନାହିଁ ତାଙ୍କୁ କହିଲା ।

ଗାଆଁ ରେ ଗୋଟିଏ ପଡ଼ିଆ ଅଛି

ସଭା ସମିତି ତ ସେଠି ହେଉଛି ।


ତୁମେ ଦୁହେଁ ତହିଁ ସହଳ ଆସ,

ନହେଲେ ସେମାନେ ଦେବେଟି ଦୋଷ ।

ମୁହିଁ ଡାକିଦେବି ସବୁ ପଶୁ ଙ୍କୁ

ବିଚାର କରିବେ ତୁମ ଦୋଷକୁ ।


କୁକୁର ଡାକିଲା ସଭିଙ୍କୁ ଯାଇ

ସବୁ ପଶୁ ମାନେ ଆସିଲେ ଧାଇଁ ।

ପୁଷି ଓ ବିଲେଇ ତହିଁ ନଗଲେ,

ସବୁ ପଶୁ ମିଶି ଘରେ ଆସିଲେ ।


ସମସ୍ତଙ୍କୁ ଦେଖି ପୁଷି ମାଉସୀ

କହିଲା ଭିତରୁ ବାହାରି ଆସି ।

ଆମ ଦୁହିଁଙ୍କର ଝଗଡ଼ା ହେଲା,

ତମ ମାନଂକର କଅଣ ଗଲା ।


କହିଦେଇ ପୁଷି ଘରେ ପସିଲା

କୁକୁର ବିଚାରା ଗାଳି ଶୁଣିଲା ।

ସେଠାରୁ ସମସ୍ତେ ପଳାଇ ଗଲେ,

ଯିଏ ଯାହା ଘରେ ଯାଇ ରହିଲେ ।


ସ୍ଵାମୀ ସ୍ତ୍ରୀ ଙ୍କର ଝଗଡ଼ା ହେଲେ,

ସେଠାକୁ କେବେହେଁ ନଯିବା ଭଲେ ।

ସେଠାରେ ହେବନି କେବେ ମଧ୍ୟସ୍ତି

କହି ଯାଇଛନ୍ତି ଋଷି ଅଗସ୍ତି ।


  


Rate this content
Log in

Similar oriya poem from Children