ପୁରୁଷର ନାବିକ ପଣିଆ
ପୁରୁଷର ନାବିକ ପଣିଆ


ପୁରୁଷ ଜୀବନ ନାବିକ ସମାନ
ପରମ୍ପରା ଆଧାରିତ
ପରିବାର ବୋଝ ନାବ ମଧ୍ୟେ ଥାଇ
ପାରି କରିବା ଦାୟିତ୍ଵ
ସଂସାର ନାବରେ ପୁରୁଷ ନାଉରି
ପରିବାର ସହିତରେ
ଝଡ ଝଞ୍ଜା ପ୍ରତି ସତର୍କ ସହିତ
ନାବିକ ପଣିଆ ଧାରେ
ନାବ ଟଳମଳ ସ୍ଥିତି ଉପୁଜିଲେ
ମନୋବଳ କରି ଦୃଢ଼
ଆହୁଲା ମାରି ସେ ନାବ ବାହି ନିଏ
ଯେବେ ସମ୍ମୁଖୀନ ଝଡ
ପୁଅଟିଏ ହୋଇ ଜନ୍ମ ହୋଇଥିଲା
ଖୁସି ଥିଲା ସୀମା ପାର
ପରିବାର ମଧ୍ୟେ ଅପ୍ରମିତ ଖୁସି
ଆମ ବଂଶ ସୁତ୍ରଧର
କାହା ମୁଖେ କାହ୍ନା,ବଂଶର ପ୍ରଦୀପ
କାହା ମୁଖେ ଆମ ରାଜା
ଗୁଣୁ ଗୁଣୁ ହୋଇ ଗୀତ ଶୁଭୁଥିଲା
ଘରେ କେତେ ଖୁସି ମଜା
ସ୍ନେହ ଓ ଶ୍ରଦ୍ଧାରେ ବିତିଥିଲା ଦିନ
ସାଙ୍ଗ ମେଳ ଆଉ ଖେଳ
ଯୁବ ଅବସ୍ଥାରେ ଅସାବଧାନତା
ବେଳେବେଳେ କୋଳାହଳ
ମତୁଆଲା ମନ ପ୍ରଜାପତି ପରି
ମନରେ ତରୁଣୀ ହସ
ଯୁବ ଅବସ୍ଥାରେ ଦାୟିତ୍ଵ ବହନ
ଆପେ ଲିଭି ଗଲା ହସ
ପୁରୁଷ ପଣିଆ କ୍ରମେ ଜୀବନରେ
ଅନ୍ୟ ଖୁସି ପାଇଁ ଚିନ୍ତା
ଆପେ ଆପେ ବୁଝି ହେଲା ବୋଝ
ବୋଝ ସହିତ ଦୁଃଶ୍ଚିନ୍ତା
ପ୍ରତି ମୁହୂର୍ତ୍ତରେ ଚିନ୍ତା ଆଉ ବୋଝ
ଅର୍ଥ ରୋଜଗାର ଚିନ୍ତା
ପରିବାର ମୁହଁରେ ହସ ଫୁଟାଇବା
ପ୍ରାୟ ନିତି ଦିନ ବ୍ୟଥା
ଘରର ଦାୟିତ୍ଵ ପିଲାଙ୍କର ଯତ୍ନ
ଅଳି ଅର୍ଦ୍ଦଳିର କଥା
ବ୍ୟଥା ଥାଇ ନିଜ ହୃଦୟ ଭିତରେ
ଉପାୟ ସନ୍ଧାନେ ଚିନ୍ତା
ଘରେ ନିଜେ ହାତୀ ଘୋଡ଼ା ହୋଇ
ଖେଳିବା ପିଲାଙ୍କ ସହ
ପିଲାଙ୍କ ପସନ୍ଦର ସାମଗ୍ରୀ ଦେବା
ବୋଝ ନୁହେଁ ଖୁସି କୁହ
ପିଲେ ଅବାଟ ରେ ପାଦ ବଢାଇଲେ
ଗୁରୁ ପରି ଶିକ୍ଷା ଦେବା
ରାଗ ଋଷା ମାନ ଅଭିମାନ କଥା
ଦାୟିତ୍ଵ ସହ ତୁଲାଇବା
କିଛି ଅଘଟଣ ହେଲେ ନିଦ ହଜେ
ରାତି ସାରା ବୋଝ ଚିନ୍ତା
ଆଖି ଲୁହ ଦେଖି ମୋତି ବୋଲି ଭାବି
ଛାତିରେ ଅକୁହା କଥା
ହୃଦୟେ ଯନ୍ତ୍ରଣା ସହିତ ଶୋଇବା
ପୁଣି ପ୍ରତ୍ୟୁଷରୁ ଉଠି
କର୍ମକ୍ଷେତ୍ର ଅବା ରୋଜଗାର ଚିନ୍ତା
ବୋଝ ବୋହିବାକୁ ପିଠି
ଘ
ରେ ସୁଖ ବର୍ଷା ପାଇଁ କାର୍ଯ୍ୟ ପନ୍ଥା
ଦିନ ହେଉ ଅବା ରାତି
ଦୁଃଶ୍ଚିନ୍ତା ସହିତ ବିତେ କେତେ ରାତି
ବୋଝ ନ ହୁଏ ସମାପ୍ତି
ନିଜ ପାଇଁ କିଛି ବି କ୍ରୟ ନ ହେଲେ
ଦୁଃଖ ରହୁନି ମନରେ
ପରିବାର ନିମନ୍ତେ କିଛି ବି ନୂଆ
କ୍ରୟ ପର୍ବ ପର୍ବାଣୀରେ
ଦୁଃଖ ବିପଦରେ ଖମ୍ବ ପରି ଠିଆ
ବୋଝ ଥାଇ ବି ନ ହଲି
ସାହସ ସହିତ ବୋଝ କୁ ମୁଣ୍ଡେଇ
ଆଗକୁ ଯିବାକୁ ଚାଲି
ପୁରୁଷ ହିଁ ଦାୟୀ ଭଲ ମନ୍ଦ ପାଇଁ
ସତ୍ୟ ଲୁଚି ଯାଏ ଆପେ
ଅପମାନ ଗାଳି ସହିବାକୁ ହୁଏ
ଘର ,ସମାଜ ସମୀପେ
ଆଉ ମା'ର ପଣତ ହୁଅଇ ଅଭାବ
ମୁଣ୍ଡ ଗୁଞ୍ଜି କହିବାକୁ
ସଂଘର୍ଷ କରିବା ପୁରୁଷର ଧର୍ମ
ବୁଝାଏ ନିଜେ ନିଜକୁ
ପିଲାଏ ଅମଣିଷ ହେଲେ ବି ଚିନ୍ତା
ବୋଝ ବୋଲି ନୁହେଁ ବ୍ୟକ୍ତ
ମଣିଷ ହୋଇ ପିଲାଏ ଭୁଲିଗଲେ
ବ୍ୟକ୍ତ ହୁଅଇ ଅବ୍ୟକ୍ତ
ପରିଣତି ବୟସରେ ସ୍ୱାସ୍ଥ୍ୟ ଚିନ୍ତା
ପିଲାଙ୍କ ମୁହଁକୁ ଚାହିଁ
ସେବା ଶୁଶ୍ରୁଷା ନ ମିଳିଲେ ଚିନ୍ତା
ଜୀବ ଯାଉନି କିମ୍ପାଇଁ
ଚିନ୍ତା ବୋଝ ସହ ପୁରୁଷ ଜୀବନ
ସଦା ଆଲୋଚ୍ୟ ବିଷୟ
ପ୍ରକୃତି ନିୟମ ରହିଛି ରହିବ
କିମ୍ପା ହୋଇବା ଅଥୟ !!
କ୍ରମଶଃ ପୁରୁଷ ଜୀବନ ନାଟକେ
ଦୃଶ୍ୟ ବଦଳ ସ୍ଥିତିରେ
ସମାଜ ଓ ପରିବାର ସମ୍ମୁଖରେ
ପରିବର୍ତ୍ତନ ଧାରାରେ
ସଭ୍ୟତା ବିକାଶ ଧାରାରେ ଉନ୍ନତି
ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ
ପୁରୁଷର ଜୀବନ ଅତିବାହିତ
ନାରୀ ସହଭାଗିତାରେ
ପୁରୁଷ ମହିଳା ସହଭାଗିତାରେ
କ୍ରମେ ପୁରୁଷ ଜୀବନ
ସୁଧାର ଆସିଛି ସାମାଜିକ କ୍ଷେତ୍ରେ
ଦିନୁ ଦିନ ପ୍ରତିଦିନ ।।
ଭବ ସିନ୍ଧୁ ଜଳେ ଢେ଼ଉ ପରେ ଢେ଼ଉ
ସଂସାର ନାବ କୁ ଧରି
ପୁରୁଷ ପଣିଆ ଆଧାରରେ ନାବ
ଧରି ଭବ ହୁଏ ପାରି
ଜଞ୍ଜାଳ ରୂପକ ଜାଲ ବିଛାଇଛି
କାଳ ରୂପକ ଧୀବର
ଜାଲ ବା ଧୀବର ଅବା ଘୂର୍ଣ୍ଣିଝଡ
ନାବିକର ନାହିଁ ଡର
ପୁରୁଷ ନାଉରି ମନରେ ବି ଦୁଃଖ
ତା' ଦୁଃଖ ବୁଝୁଛି କିଏ !!
ପ୍ରତିଧ୍ଵନି କହେ,କୁହ ନାହିଁ ଦୁଃଖ
ପୁରୁଷ ହିଁ ଦୁଃଖ ସହେ......