STORYMIRROR

Sunanda Mohanty

Abstract Classics Inspirational

4  

Sunanda Mohanty

Abstract Classics Inspirational

ପୁରାଣ

ପୁରାଣ

1 min
379


ପୁରାଣ ଗୀତା ଭାଗବତ

ରୁକ୍, ସାମ, ଜର୍ଜୁ, ଅଥର୍ବ

ପୁରାଣ ରାମାୟଣ ମହାଭାରତ

ରାମ ରସ ଆମ୍ବ ରସ ପରି ଶାଶ୍ବତ

ରାମଙ୍କ ମହନୀୟ ଚରିତ୍ର

ଆନୁଗତ୍ୟ ବନ୍ଧୁତ୍ବ ସୁଚରିତ୍ର ସତ୍ୟ

ସୀତାଙ୍କ ତ୍ୟାଗ ସହନଶୀଳତା ଅତ୍ୟନ୍ତ

ନାରୀ ପାଇଁ ଯୁଗେ ଯୁଗେ ଦୃଷ୍ଟାନ୍ତ

କିଛି ନେବି ନାହିଁ କହେ ରାମାୟଣ ଚିତ୍ର

କିଛି ଦେବି ନାହିଁ କହେ ମହାଭାରତ

ଜାଜ୍ଞସେନୀ ସେ ଦ୍ରୌପଦୀ ଅଗ୍ନି ସମ୍ଭୂତ

ପାଣ୍ଡବ ମାନଙ୍କ ପାଇଁ ଆଣି ଅମୃତ

କୌରବ ମାନଙ୍କ ସାଜି ମୃତ୍ୟୁ ଦୂତ

କୃଷ୍ଣଙ୍କ ମହିମା ସୁଧା ଅମୃତ

ଗୋପ ବୃନ୍ଦାବନ ମଥୁରା କଥାମୃତ

ଜଗନ୍ନାଥଙ୍କ ଗୀତଗୋବିନ୍ଦ ଶାଶ୍ବତ

ଚେତନା ଚୈତନ୍ୟର ଚରଣାମୃତ

ଦେବଦାସୀ ଗାଏ କଳଗଉଣା ସଙ୍ଗୀତ

ଏସବୁ ବୋଲାଏ ପୁରାଣ ପଞ୍ଚାମୃତ

ଗାଁ ଭାଗବତ ଟୁଙ୍ଗିରେ ପୁରାଣ ପଢା ନିଶ୍ଚିନ୍ତ

ସହର ନଗର ପୁରାଣରୁ କେହି ନୁହେଁ ବଞ୍ଚିତ

ଅଧ୍ୟାୟ ପୁରାଣ ଶୁଣି ସେ ଜଣାଣ ବଢେ ମହତ।



Rate this content
Log in

Similar oriya poem from Abstract