ପୁରାଣ
ପୁରାଣ
ପୁରାଣ, ସ୍ନେହର ଶ୍ରାବଣ
ଶିହରଣ ଆଣେ ମନରେ
ଜୀବନରେ ପଥ ଲାଗୁଥିଲେ ଦୀର୍ଘ
ଅମୃତ ଢାଳେ ମନରେ ।।
ସଂଗୃହିତ କାହାଣୀ ବଳି,
ପିଲାଙ୍କ ଉପାଦେୟ
ତୃପ୍ତ ହୁଏ କର୍ଣ୍ଣ ଦ୍ବୟ,
ଜଟୀଳ ଜୀବନରେ ସାନ୍ତ୍ବନାର ସ୍ବର
କେବେ ହସ ଦିଏ ଓଠେ
କେବେଆଖି ଭିଜିଯାଏ,
ଲାଗେ ଇଏ ଈଶ୍ବରଙ୍କ ଉପହାର ।।
ପୁରାଣ କାଳ୍ପନିକ ହେଲେ ବି
ଲାଗଇ ଯେ ସତ୍ୟ,
ଅଟେ ଅତୀବ ପ୍ରାଚୀନ,
ନିର୍ମଳ ଜ୍ଞାନର ଭଣ୍ଡାର ।।
କେବେ ତୀର୍ଥ ର ବର୍ଣ୍ଣନା
ପୁଣି ସମାଜ ଓ ଧର୍ମର ବିବିଧତା
ଶୀକ୍ଷଣୀୟ ବିଷୟ ସମସ୍ତ
ଦେବତାଙ୍କ ବୃତ୍ତାନ୍ତ,
ସବୁରେ ଥାଏ ସ୍ବତନ୍ତ୍ରତା ।।
ପୁରାଣ ବି କେବେ କେବେ ହୁଏ ପୁଣି
ମାର୍ଗ ଦର୍ଶକ, ନୀତି ନିୟମର ନିର୍ଣ୍ଣାୟକ,
ମାନବର କଳ୍ପନା ବାହାରେ,
ପୁରାଣର କଥା ଥାଏ
ଲାଗେ ସତେ ଇନ୍ଦ୍ରିୟାତୀତ,
ଯେହେତୁ ପୁରାଣ ବର୍ଣ୍ଣିତ ।।
ବିକାଶର ପରମ୍ପରା,
ବର୍ଣ୍ଣନା ମହାପ୍ରଳୟର
ମୁଖ୍ୟ ଉପଦେଶ ଥାଇ
ଶିଖାଏ ଯେ ସଦାଚାର ।।