STORYMIRROR

KRUTIBAS NAYAK

Inspirational

4  

KRUTIBAS NAYAK

Inspirational

କବିତାୟନ-24 : ଲେଖା ଜୀବନ ପାଏ :

କବିତାୟନ-24 : ଲେଖା ଜୀବନ ପାଏ :

1 min
185


ଗୀତକୁ କେହି ଗାଇଲେ ଯଦି ରଖି ତାଳରେ ସୁର,

ଜୀବନ ପାଏ ସେହି ଗୀତଟି ଫିଟାଇ ମଧୁଝର |


କବିତା ଯଦି ଆବୃତ୍ତି ହୁଏ ରସଗ୍ରାହୀ ମେଳରେ,

ଜୀବନ ପାଏ ସେହି କବିତା ରହିବ ହୃଦୟରେ |


ନାଟକ ଯଦି ମଞ୍ଚସ୍ଥ ହେଲା ଦର୍ଶକ ଥିବେ ପୂରି,

ଜୀବନ ପାଏ ସେହି ନାଟକ ମନେ ରୋମାଞ୍ଚ ଭରି |


ପ୍ରବନ୍ଧ ଲେଖା ପୁସ୍ତକ ରୂପେ ଯଦି ପ୍ରକାଶ ହୁଏ,

ଜୀବନ ପାଏ ସେହି ପ୍ରବନ୍ଧ ତଥ୍ୟକୁ ବାଣ୍ଟୁଥାଏ |


ଗପକୁ ଯଦି ଶୁଣିଲେ ଶ୍ରୋତା ନୀରବେ କାନପାରି,

ଜୀବନ ପାଏ ସେହି ଗପଟି ଦିଏ ଆନନ୍ଦ ଭରି |


କବି ଲେଖକ ଲେଖନ୍ତି ନାହିଁ ନିଜେ ପଢ଼ିବା ପାଇଁ,

ଜୀବନ ପାଏ ସେସବୁ ଲେଖା ପାଠକ ଦେଲେ ଛୁଇଁ |


ଲେଖାଟି ସିନା ଭାବ-ଶରୀର,ଭାଷା-ଶବ୍ଦରେ ଗଢ଼ା,

ଜୀବନ ପାଏ ସେହି ଭାବଟି ହେଉ ସେ ମନଗଢ଼ା |



Rate this content
Log in

Similar oriya poem from Inspirational